Neet __UG ପରିକ୍ଷା ରେ ଉର୍ତ୍ତୀନ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଖରସ୍ରୋତା ପୁସ୍ତକ ମେଳା କମିଟି ପକ୍ଷରୁ ସମ୍ବର୍ଦ୍ଧନା

ଯାଜପୁର__ ଯାଜପୁର ଜିଲ୍ଲା ବିଂଝାରପୁରବ୍ଲକ ଅନ୍ତର୍ଗତ ମଲିଆ ଯଜ୍ଞପଡ଼ିଆ ଠାରେ ଆଜି ଅପରାହ୍ନ ଚାରି ଘଟିକା ତିରିଶ ମିନିଟ୍ ସମୟରେ ଖରସ୍ରୋତା ପୁସ୍ତକ ମେଳା କମିଟି ସଭାପତି ଶ୍ରୀଯୁକ୍ତ ପଦ୍ମାକର ଗୁରୁଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ମେଧା ପ୍ରତିଭା ସମ୍ମାନ ସମାରୋହ ମଲ୍ଲିଆ ଯଜ୍ଞ ପଡିଆ କଲ୍ୟାଣ ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି. ବିଞ୍ଝାରପୁର , ବରି , ଆଳି, ରାଜକନିକା ଓ ଦଶରଥପୁର ବ୍ଲକ ର ଚଳିତ ନିଟ୍ ୟୁଜି ପରୀକ୍ଷାରେ ଉତ୍ତୀର୍ଣ୍ଣ ପନ୍ଦର ଜଣ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଡାକ୍ତର କ୍ଷେତ୍ରବାସୀ ଥାଟୋଇ ଓ ମୁଖ୍ୟ ବକ୍ତା ପ୍ରାଧ୍ୟ୍ୟାପକ ଅଜୟ କୁମାର ଓଝା ଉପାୟନ, ଟ୍ରଫି ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ. ସିଂହପୁର ବାଳମ କୁଲିହାଟ କିମ୍ଵା ବିଞ୍ଝାରପୁର ବଜାର ସନ୍ନିକଟରେ ଏକ ସୁପର ସ୍ପେସିଆଲିଟି ହସ୍ପିଟାଲ ପ୍ରତିଷ୍ଠା କରିବାକୁ ଅଞ୍ଚଳର ଡାକ୍ତର ବନ୍ଧୁ ମାନଙ୍କୁ ମେଳା କମିଟି ପକ୍ଷ୍ୟରୁ ନିବେଦନ କରାଯାଇଥିଲା. ପନ୍ଦର ଜଣ ପ୍ରତିଭାବାନ୍ ଛାତ୍ରଛାତ୍ରୀ ମାନେ ଆଗାମୀ ଦିନରେ ଡାକ୍ତର୍ ହେବା ପରେ ନିଜ ମାଟିର ସେବା ଲାଗି ନିରନ୍ତର ବ୍ରତୀ ହୋଇ ସେବା କରିବାକୁ ଶପଥ ନେଇଥିଲେ. ମେଳା କମିଟିର ଉପଦେଷ୍ଟା ସର୍ବଶ୍ରୀ ରବି ନାରାୟଣ ସାମଲ, ଅମ୍ବିକା ପ୍ରସାଦ ସାମଲ, ଶ୍ରୀଧର ସାହୁ, ସନ୍ତୋଷ କୁମାର ବେଉରିଆ, ଶଙ୍କର୍ଷଣ ଦାଶ, ପ୍ରମୋଦ କୁମାର ସାମଲ, ଶରତ ଚନ୍ଦ୍ର ପରିଡ଼ା ପ୍ରମୁଖ ବରେଣ୍ୟ ଅତିଥି ରୂପେ ଯୋଗଦେଇ ଅଞ୍ଚଳର ନିକାଶ ଲାଗି ସମସ୍ତଙ୍କର ସହଯୋଗ ଏକାନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ. ଶିକ୍ଷାବିତ୍ ବନମାଳୀ ପତି ବେଦ ପାଠ କରିଥିଲେ. କମିଟିର ସାଙ୍ଗଠନିକ ସମ୍ପାଦକ ନାରାୟଣ ଚନ୍ଦ୍ର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ. ଉପଦେଷ୍ଟା ବସନ୍ତ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ. ଏହି ସମସ୍ତ କାର୍ଯ୍ୟକ୍ରମକୁ ଭରତ ଚନ୍ଦ୍ର ନାୟକ, ଅକ୍ଷୟ କୁମାର ସେଠୀ, ରତ୍ନାକର ସାହୁ, ଭରତ ଭୂଷଣ ମଲ୍ଲିକ, ପ୍ରଫୁଲ୍ଲ କୁମାର ମହାକୂଳ , ଧିରେସ କୁମାର ସାହୁ. ନରେନ୍ଦ୍ର ସାମଲ, ସୁଧୀର ଆଚାର୍ଯ୍ୟ, ରମାକାନ୍ତ ନାୟକ, ବିମ୍ବାଧର ଦାସ, ଶିଶିର କୁମାର ଦାସ, ସରୋଜ କୁମାର ମଲ୍ଲିକ, ପ୍ରଶାନ୍ତ କୁମାର ନାୟକ, ସୁମନ ସାହୁ, ଓମ୍ ପ୍ରକାଶ ଗୁରୁ, ଦଶରଥ ସାହୁ, ଉମେଶ ସାମଲ, ପୂର୍ଣ୍ଣ ଚନ୍ଦ୍ର ନାୟକ, ନାରାୟଣ ପଣ୍ଡା, ଆଲୋକ ଦାସ, ମନୋଜ ପଣ୍ଡା ପ୍ରମୁଖ ସଞ୍ଚାଳନ କରିଥିଲେ ବୋଲି ପୁସ୍ତକ ମେଳା କମିଟିର ସଭାପତି ଶ୍ରୀଯୁକ୍ତ ଗୁରୁ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି




