ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାତୀୟ ଡେଙ୍ଗୁ ଦିବସ ପାଳିତ.
——_————————-_-
ଅନୁଗୋଳ ତା.16/05/2023 . ଆଜି ପୂର୍ବାହ୍ନରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି. ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦେଶକ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା. ଡାକ୍ତର ପ୍ରଧାନ ଡେଙ୍ଗୁ ରୋଗର କାରଣ, ଲକ୍ଷଣ ଓ ପ୍ରତିକାର ସମ୍ପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ.ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପୁର୍ଣିମା ଉଦଗାତା ପାୱାର ପଏଣ୍ଟ ମାଧ୍ୟମରେ ଜାତୀୟ ଡେଙ୍ଗୁ ଦିବସ ପାଳନ କରିବାର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ. ଡାକ୍ତର ଦିଲ୍ଲୀପ କୁମାର ପଟ୍ଟନାୟକ, ଡାକ୍ତର ବିଶ୍ୱ ବିହାରୀ ମହାନ୍ତି, ଡାକ୍ତର ଧନେଶ୍ୱର ବେହେରା, ଡାକ୍ତର ବିନୋଦ କୁମାର ସାହୁ, ଡାକ୍ତର ଦୀପକ କୁମାର ମହାନ୍ତ ଜାତୀୟ ଡେଙ୍ଗୁ ଦିବସ ପାଳନରେ ତତ୍ପର୍ଯ୍ୟ ପ୍ରଚାର ପ୍ରସାର ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ. ଉକ୍ତ କାର୍ଯ୍ୟକ୍ରମକୁ ବି ଭି ଡି କନ୍ସଲଟାଣ୍ଟ (vbd consultant )ସଂଯୋଜନା କରିଥିଲେ ।


June 16, 2026/
No Comments



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)