ଆଦିବାସୀ ଅଧ୍ୟୁଷିତ କଙ୍କଡ଼ାହାଡ଼ରେ ଆପ୍ ର କାର୍ଯ୍ୟକର୍ତ୍ତା ବୈଠକ
କଙ୍କଡ଼ାହାଡ଼ ବ୍ଲକର ୧ ନମ୍ବର ଜିଲ୍ଲା ପରିଷଦ ଜୋନ୍ର କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ MMDR Act-2026, UPI ଉପରେ ଟ୍ୟାକ୍ସ ଏବଂ ଆମେରିକା ପକ୍ଷରୁ ଲାଗୁ କରାଯାଇଥିବା ୧୦୦% ତାରିଫ୍ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ଏହାକୁ ବିରୋଧ କରାଯାଇଥିଲା। ମହାବିରୋଡ଼ ମେଡିକାଲରେ ଔଷଧ ନେବାକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ ନିୟୋଜିତ ଫାର୍ମାସିଷ୍ଟଙ୍କ ଅସୌଜନ୍ୟପୂର୍ଣ୍ଣ ବ୍ୟବହାରକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି। ରୋଗୀଙ୍କୁ ଆବଶ୍ୟକ ଔଷଧ ଦେବା ସମୟରେ ଭଦ୍ର ଓ ସହଯୋଗୀ ଆଚରଣ ପରିବର୍ତ୍ତେ ରୁକ୍ଷ ଭାଷାରେ କଥାବାର୍ତ୍ତା ଓ ଅସହଯୋଗ କରାଯାଉଥିବା ଅଭିଯୋଗ ହୋଇଛି। ବିଶେଷକରି ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ, ବୟସ୍କ ବ୍ୟକ୍ତି, ଛୋଟ ପିଲା, ଓ ଅସୁସ୍ଥ ରୋଗୀଙ୍କ ସହ ସମ୍ମାନଜନକ ବ୍ୟବହାର କରିବା ଆବଶ୍ୟକ ବୋଲି ସାଧାରଣ ଲୋକେ କହିଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଔଷଧ ସମ୍ପର୍କରେ ଜାଣିବାକୁ ଚାହୁଁଥିବା ରୋଗୀ କିମ୍ବା ସମ୍ପର୍କୀୟଙ୍କୁ ଠିକ୍ ଭାବରେ ବୁଝାଇବା ପରିବର୍ତ୍ତେ ରୁକ୍ଷ ବ୍ୟବହାର କରାଯାଉଛି। ଏପରି ଆଚରଣ ଯୋଗୁଁ ରୋଗୀ ଓ ସମ୍ପର୍କୀୟମାନେ ମାନସିକ ଭାବେ ଅସୁବିଧାର ସମ୍ମୁଖୀନ ହେଉଥିବା କୁହାଯାଇଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳକୁ ମଜବୁତ କରିବା ସହ ନିର୍ବାଚନୀ ମଇଦାନକୁ ଓହ୍ଲାଇବା ପାଇଁ କଙ୍କଡ଼ାହାଡ଼ର ଯୁବପିଢ଼ି ଉତ୍ସାହର ସହ ଆଗେଇ ଆସିଛନ୍ତି ବୋଲି ଜିଲ୍ଲା ସଭାପତି ପଙ୍କଜ ନାୟକ କହିଥିଲେ। ଯୁବକମାନଙ୍କ ଏହି ଉତ୍ସାହ ଆଗାମୀ ଦିନରେ ଦଳର ସାଙ୍ଗଠନିକ ଶକ୍ତିକୁ ଆହୁରି ମଜବୁତ କରିବ ବୋଲି ଆଶା ପ୍ରକାଶ କରାଯାଇଛି। ଏହି ଅବସରରେ ନୂତନ ଭାବେ ଦଳ ସହ ଯୋଡ଼ି ହୋଇଥିବା ଯୁବକ ଓ କାର୍ଯ୍ୟକର୍ତ୍ତାମାନଙ୍କୁ ଦଳୀୟ ଟୋପି ପିନ୍ଧାଇ ରାଜ୍ୟ ସମ୍ପାଦକ ଭରତ କୁମାର ଦାସ ଦଳକୁ ସ୍ୱାଗତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଜିତେନ୍ଦ୍ର ବେହେରା ଦଳର ନୀତି ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଆଇନଜୀବୀ ଯୋଗୀନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।



