ମହିଳା ସଶକ୍ତିକରଣ ଦିଗରେ ବିଭାଗ ସମଗ୍ର ଦେଶରେ ବିରଳ ଗୌରବ ହାସଲ କରିଛି : ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍
ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ସହାୟତା ଯୋଗାଣ ରାଶି ୧୧ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଏସ୍ଏଚ୍ଜି ବ୍ୟାଙ୍କ ଋଣ କ୍ଷେତ୍ରରେ ଓଡ଼ିଶା ଦେଶର ଏକ ସର୍ବନିମ୍ନ ଏନ୍ପିଏ ରାଜ୍ୟ ଏସ୍ଏଚ୍ଜିମାନଙ୍କ ଦ୍ଵାରା ୧୧୪୭ ଗୋଟି ମିଲେଟ୍ ଉଦ୍ୟୋଗ ପ୍ରତିଷ୍ଠା
ଭୁବନେଶ୍ୱର (୨୭ / ୦୫ / ୨୦୨୩) : ଲୋକସେବା ଭବନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମିଶନ ଶକ୍ତି ବିଭାଗର ବିଗତ ୪ ବର୍ଷ ମଧ୍ୟରେ କରାଯାଇଥିବା ବିଭିନ୍ନ କାର୍ଯ୍ୟାବଳୀର ସମୀକ୍ଷା କରିଥିଲେ । ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍ ଏବଂ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ଆର୍ କାର୍ତ୍ତିକେୟନ୍ ବିଭାଗର କାର୍ଯ୍ୟକ୍ରମ ସଂପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ମିଶନ ଶକ୍ତି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତିକରଣ ଦିଗରେ ଆହୁରି ଆଗକୁ ଯିବାକୁ ପ୍ରୋତ୍ସାହିତ କରିଥିଲେ ।
ପରେ ପରେ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍ କହିଥିଲେ , ମହିଳା ସଶକ୍ତିକରଣ ଦିଗରେ ମିଶନ ଶକ୍ତି ବିଭାଗ ସମଗ୍ର ଦେଶରେ ବିରଳ ଗୌରବ ହାସଲ କରିବା ସହ ସାରା ବିଶ୍ଵର ଦୃଷ୍ଟି ଆକର୍ଷଣ କରିପାରିଛି । ୨୦୨୨ – ୨୩ ବର୍ଷରେ ପ୍ରଥମ ଥର ପାଇଁ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ସହାୟତା ଯୋଗାଣ ରାଶି ୧୧ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ବ ହୋଇଛି । ବିଗତ ଆଠ ବର୍ଷ ମଧ୍ୟରେ ଆର୍ଥିକ ସହାୟତା ଯୋଗାଣରେ ୧୯ ଗୁଣା ବୃଦ୍ଧି ହୋଇ ହାରାହାରି ଋଣର ପରିମାଣ ୨୦୧୬ – ୧୭ରେ ୧.୦୬ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇ ଆଜି ୩.୦୧ ଲକ୍ଷ ଟଙ୍କାରେ ପହଞ୍ଚିଛି ।
ବିଭାଗୀୟ କମିଶନ ତଥା ଶାସନ ସଚିବ ଶ୍ରୀମତୀ କାର୍ତ୍ତିକେୟନ୍ ବିଭାଗର ୪ଟି ଉଲ୍ଲେଖନୀୟ ସଫଳତା ଯଥା ଆର୍ଥିକ ଅଭିବୃଦ୍ଧି , ବିଭିନ୍ନ କ୍ଷେତ୍ରରେ ଏସ୍ଏଚ୍ଜିମାନଙ୍କ କାରବାର ବୃଦ୍ଧି , ଏସ୍ଏଚ୍ଜି ସଶକ୍ତିକରଣ ଏବଂ ନିର୍ବାଚନୀ ଇସ୍ତାହାର ପରିପୂରଣ ଦିଗରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ସଂପର୍କରେ ଗଣମାଧ୍ୟମକୁ ଅବଗତ କରାଇଥିଲେ ।
ଏସ୍ଏଚ୍ଜି ବ୍ୟାଙ୍କ ଋଣ କ୍ଷେତ୍ରରେ ଓଡ଼ିଶା ଦେଶର ଏକ ସର୍ବନିମ୍ନ ଏନ୍ପିଏ ରାଜ୍ୟ ହୋଇପାରିଛି । ଏନ୍ପିଏର ହାର ୧୪.୨ % ରୁ ୧.୯୯ % କୁ ଅତୁଳନୀୟ ଭାବରେ ହ୍ରାସ ପାଇଛି । ଆଜି ରାଜ୍ୟର ୧୧୦୩ ଗ୍ରାମପଞ୍ଚାୟତ ସଂପୂର୍ଣ୍ଣ ଏନ୍ପିଏ ମୁକ୍ତ । ଓଡ଼ିଶାରେ ୮୬.୫ % ମହିଳାଙ୍କ ପାଖରେ ନିଜର ବ୍ୟାଙ୍କ ଜମାଖାତା ଅଛି । ବ୍ୟାଙ୍କି ସେବାର ସ୍ଵଳ୍ପ ଉପଲବ୍ଧି କିମ୍ବା ଉପଲବ୍ଧି ନଥୁବା ଗ୍ରାମ ପଞ୍ଚାୟତମାନଙ୍କରେ ସବୁପ୍ରକାର ସୁବିଧା ପହଞ୍ଚାଇ ଦେବାକୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ତାଙ୍କର ମହାସଂଘର ସଦସ୍ୟାମାନଙ୍କୁ ବିସିଏ ( ବିଜିନେସ୍ କରେସ୍ପେଣ୍ଡେଣ୍ଟ ଏଜେଣ୍ଟ ) ଦାୟିତ୍ୱ ଦିଆଯାଇଛି । ସଂପ୍ରତି ୨୩୧୮ ସଦସ୍ୟା ଓଡ଼ିଶାରେ ବିସିଏ ଭାବରେ ନିୟୋଜିତ ହୋଇ ୧୧୫୯ କୋଟି ଟଙ୍କାର ବ୍ୟବସାୟ କରିବା ସହ ୩.୬୮ କୋଟି ଟଙ୍କାର କମିଶନ ପ୍ରାପ୍ତି କରିଛନ୍ତି । ପାଞ୍ଚ ବର୍ଷରେ ୫୦୦୦ କୋଟି ଟଙ୍କାର ଦ୍ରବ୍ୟ ଓ ସେବା ଯୋଗାଣ ସମ୍ବନ୍ଧୀୟ କ୍ୟାବିନେଟ୍
ନିଷ୍ପତ୍ତି ଅନୁଯାୟୀ ୨୦ଟି ସରକାରୀ ବିଭାଗର ସହଭାଗିତାରେ ୪୯୪୯.୧୪ କୋଟି ଟଙ୍କାର ସରକାରୀ ବ୍ୟବସାୟ ଗୋଷ୍ଠୀମାନଙ୍କୁ ଯୋଗାଇ ଦିଆଯାଇଛି । ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀମାନେ ବିବିଧ ପ୍ରକାରର ରୋଜଗାରଭିତ୍ତିକ କାର୍ଯ୍ୟକ୍ରମ ଆରମ୍ଭ କରି କ୍ଷୁଦ୍ର ଉଦ୍ୟୋଗୀ ଭାବରେ ନିଜକୁ ଗଢି ତୋଳିଛନ୍ତି । ମିଶନ ଶକ୍ତି କାଫେ ରାଜ୍ୟରେ ଲୋକଙ୍କୁ ସୁସ୍ଵାଦୁ ଓ ଉତ୍ତମ ଖାଦ୍ୟ ଯୋଗାଇ ଦେବା ସହିତ ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ମହାସଂଘଙ୍କ ପାଇଁ ନୂତନ କାର୍ଯ୍ୟପନ୍ଥା ଯୋଗାଇ ଦେଇଛି । ୨୫ଟି ଜିଲ୍ଲାରେ ୧୦୨ ଗୋଟି କାଫେରେ ପ୍ରତିଦିନ ହାରାହାରି ୫୦ – ୧୦୦ ଲୋକ ଖାଇବା ପାଇଁ ଆସୁଛନ୍ତି । ପ୍ରତି କାଫେ ମାସିକ ହାରାହାରି ୫୦ , ୦୦୦ ଟଙ୍କାର ବ୍ୟବସାୟ କରୁଛନ୍ତି । କୃଷି ଉତ୍ପାଦକ କ୍ଲଷ୍ଟର ସହାୟତାରେ ୭୩ ଟି କ୍ଲଷ୍ଟର ଅନ୍ତର୍ଗତ ୧୭୦୦ଟି ଉତ୍ପାଦକ ଗୋଷ୍ଠୀ ଗଠନ କରାଯାଇଛି । ଏହା ସହିତ ୩୦ଟି ଉତ୍ପାଦକ କମ୍ପାନୀ ମଧ୍ୟ ଗଠନ କରାଯାଇଛି । ଗତ ବର୍ଷ ୫୦ , ୧୦୦ ଉତ୍ପାଦକ ଗୋଷ୍ଠୀ ସଦସ୍ୟଙ୍କ ଦ୍ଵାରା ଉତ୍ପାଦିତ ୧୮ , ୫୩୫ ମେଟ୍ରିକ୍ ଟନ୍ ପରିବା ୬୭ କୋଟି ଟଙ୍କାରେ ବିକ୍ରି ହୋଇଛି । ମିଲେଟକୁ ଏକ ସ୍ଵାସ୍ଥକର ଏବଂ ପୋଷଣଯୁକ୍ତ ଖାଦ୍ୟ ଅଭ୍ୟାସରେ ପରିଣତ କରିବା ପାଇଁ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ଵାରା ୧୧୪୭ ଗୋଟି ମିଲେଟ ଉଦ୍ୟୋଗ ପ୍ରତିଷ୍ଠିତି ହୋଇଛି । ୨୦୨୨ – ୨୩ ବର୍ଷରେ ୧୩୪୩୧ ଏସ.ଏଚ.ଜି ୧୩ , ୫୦୧ ଟି ଗ୍ରାମପଞ୍ଚାୟତ ପୋଖରୀରେ ମାଛଚାଷ କରି ୧୩୯ କୋଟି ଟଙ୍କାର ବ୍ୟବସାୟ କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀରୁ ଉଦ୍ୟୋଗୀକୁ ପରିଣତ କରିବା ପାଇଁ ମିଶନ ଶକ୍ତି ବିଭାଗ ନୂତନ ଦକ୍ଷତା ବିକାଶ ତାଲିମ ଯଥା କୃଷି ଉଦ୍ୟୋଗୀ , ଫ୍ୟାସନ ଡିଜାଇନ , ବିୟୁଟି ଏବଂ ୱେଲ୍ସ ଓ ଖାଦ୍ୟ ତଥା ଖୁଚୁରା ନିଷ୍ପତ୍ତି ଅନୁଯାୟୀ ୨୦ଟି ସରକାରୀ ବିଭାଗର ସହଭାଗିତାରେ ୪୯୪୯.୧୪ କୋଟି ଟଙ୍କାର ସରକାରୀ ବ୍ୟବସାୟ ଗୋଷ୍ଠୀମାନଙ୍କୁ ଯୋଗାଇ ଦିଆଯାଇଛି । ମିଶନ ଶକ୍ତି ସ୍ଵୟଂ ସହାୟକ ଗୋଷ୍ଠୀମାନେ ବିବିଧ ପ୍ରକାରର ରୋଜଗାରଭିତ୍ତିକ କାର୍ଯ୍ୟକ୍ରମ ଆରମ୍ଭ କରି କ୍ଷୁଦ୍ର ଉଦ୍ୟୋଗୀ ଭାବରେ ନିଜକୁ ଗଢି ତୋଳିଛନ୍ତି । ମିଶନ ଶକ୍ତି କାଫେ ରାଜ୍ୟରେ ଲୋକଙ୍କୁ ସୁସ୍ଵାଦୁ ଓ ଉତ୍ତମ ଖାଦ୍ୟ ଯୋଗାଇ ଦେବା ସହିତ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମହାସଂଘଙ୍କ ପାଇଁ ନୂତନ କାର୍ଯ୍ୟପନ୍ଥା ଯୋଗାଇ ଦେଇଛି । ୨୫ଟି ଜିଲ୍ଲାରେ ୧୦୨ ଗୋଟି କାଫେରେ ପ୍ରତିଦିନ ହାରାହାରି ୫୦ – ୧୦୦ ଲୋକ ଖାଇବା ପାଇଁ ଆସୁଛନ୍ତି । ପ୍ରତି କାଫେ ମାସିକ ହାରାହାରି ୫୦ , ୦୦୦ ଟଙ୍କାର ବ୍ୟବସାୟ କରୁଛନ୍ତି । କୃଷି ଉତ୍ପାଦକ କ୍ଲଷ୍ଟର ସହାୟତାରେ ୭୩ ଟି କ୍ଲଷ୍ଟର ଅନ୍ତର୍ଗତ ୧୭୦୦ଟି ଉତ୍ପାଦକ ଗୋଷ୍ଠୀ ଗଠନ କରାଯାଇଛି । ଏହା ସହିତ ୩୦ଟି ଉତ୍ପାଦକ କମ୍ପାନୀ ମଧ୍ୟ ଗଠନ କରାଯାଇଛି । ଗତ ବର୍ଷ ୫୦ , ୧୦୦ ଉତ୍ପାଦକ ଗୋଷ୍ଠୀ ସଦସ୍ୟାଙ୍କ ଦ୍ଵାରା ଉତ୍ପାଦିତ ୧୮ , ୫୩୫ ମେଟ୍ରିକ୍ ଟନ୍ ପରିବା ୬୭ କୋଟି ଟଙ୍କାରେ ବିକ୍ରି ହୋଇଛି । ମିଲେଟକୁ ଏକ ସ୍ଵାସ୍ଥକର ଏବଂ ପୋଷଣଯୁକ୍ତ ଖାଦ୍ୟ ଅଭ୍ୟାସରେ ପରିଣତ କରିବା ପାଇଁ ମିଶନ ଶକ୍ତି ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ଵାରା ୧୧୪୭ ଗୋଟି ମିଲେଟ ଉଦ୍ୟୋଗ ପ୍ରତିଷ୍ଠିତି ହୋଇଛି । ୨୦୨୨ – ୨୩ ବର୍ଷରେ ୧୩୪୩୧ ଏସ.ଏଚ.ଜି ୧୩ , ୫୦୧ ଟି ଗ୍ରାମପଞ୍ଚାୟତ ପୋଖରୀରେ ମାଛଚାଷ କରି ୧୩୯ କୋଟି ଟଙ୍କାର ବ୍ୟବସାୟ କରିଛନ୍ତି । ସ୍ଵୟଂ ସହାୟକ ଗୋଷ୍ଠୀରୁ ଉଦ୍ୟୋଗୀକୁ ପରିଣତ କରିବା ପାଇଁ ମିଶନ ଶକ୍ତି ବିଭାଗ ନୂତନ ଦକ୍ଷତା ବିକାଶ ତାଲିମ ଯଥା କୃଷି ଉଦ୍ୟୋଗୀ , ଫ୍ୟାସନ ଡିଜାଇନ , ବିୟୁଟି ଏବଂ ୱେଲ୍ସ ଓ ଖାଦ୍ୟ ତଥା ଖୁଚୁରା ବ୍ୟବସାୟ ଆଦି କ୍ଷେତ୍ରରେ ଗୁରୁତ୍ଵ ଦେଉଛି ।
ସଂଗଠନଙ୍କର ସୁଦୃଢ଼ୀକରଣ ଏସ.ଏଚ.ଜି.ମାନଙ୍କର ସଶକ୍ତିକରଣ କ୍ଷେତ୍ରରେ ବିଶେଷ ଭୂମିକା ଗ୍ରହଣ କରିଥାଏ । ଗତ କିଛି ବର୍ଷ ହେବ ତୃଣମୂଳ ସ୍ତରରେ ସ୍ଵୟଂ ସହାୟକ ଗୋଷ୍ଠୀ ସଂଗଠନମାନଙ୍କୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଦୃଷ୍ଟି ଦେଉଛନ୍ତି । ୩୦ଟି ଜିଲ୍ଲାସ୍ତରୀୟ ମହାସଂଘ ପାଇଁ ଏକ କୋଟି ଟଙ୍କା ଲେଖାଏଁ ଆବର୍ଜନ ପାଣ୍ଠି , ୩୩୮ ବ୍ଲକ୍ ସ୍ତରୀୟ ମହାସଂଘ ପାଇଁ ୫୦ ଲକ୍ଷ ଟଙ୍କା ଲେଖାଏଁ ଆବର୍ଜନ ପାଣ୍ଠି , ସମସ୍ତ ୬ , ୧୭୮ ଗ୍ରାମପଞ୍ଚାୟତ ସ୍ତରୀୟ ସଂଘ ପାଇଁ ୧୬୯୭ କୋଟି ଟଙ୍କାର କମ୍ୟୁନିଟି ପାଣ୍ଠି , ମହାସଂଘର ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟାମାନଙ୍କ ପାଇଁ ମିଟିଂ ଏବଂ ଗସ୍ତ ଖର୍ଚ୍ଚ ବାବଦକୁ ୨୧୭ କୋଟି ଟଙ୍କା , ୭୦ ହଜାର କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କ ପାଇଁ ୟୁନିଫର୍ମ ଏବଂ ସ୍ମାର୍ଟଫୋନ ଭତ୍ତା ଏବଂ ୨୦୦୦ ବ୍ୟାଙ୍କ ମିତ୍ରଙ୍କ ପାଇଁ ଲ୍ୟାପ୍ଟପ୍ ବ୍ୟବସ୍ଥା କରାଯାଇଛି ।
ଏସ.ଏଚ.ଜି ଉତ୍ପାଦିତ ଦ୍ରବ୍ୟର ବିକ୍ରୟ ସୁଗମ କରିବା ପାଇଁ ବଜାର ଭିଭିଭୂମି ଯୋଗାଇବା ସହାୟତା ପ୍ରଦାନ କରାଯାଇଛି । ଗୃହ ପିଛା ୫ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମ ପଞ୍ଚାୟତ ସ୍ତରରେ ଏବଂ ୭.୦୯ ଲକ୍ଷ ଟଙ୍କା ବ୍ୟୟରେ ସହରାଞ୍ଚଳରେ ୬ , ୬୬୨ଟି ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇଛି । ଭବନ ପିଛା ୫୦ ଲକ୍ଷ ଟଙ୍କା ବ୍ୟୟରେ ୧୨୭ ଟି ବ୍ଲକ ସ୍ତରୀୟ ମିଶନ ଶକ୍ତି ଭବନ ନିର୍ମାଣ କରାଯାଇଛି । ୨ଟି ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଭବନ ୧ କୋଟି ଟଙ୍କା ଲେଖାଏଁ ବ୍ୟୟରେ ନିର୍ମାଣ କରାଯାଇଛି । ୨୨ଟି ଜିଲ୍ଲାରେ ୧୧୯ଟି ମିଶନ ଶକ୍ତି ଆଉଟଲେ ନିର୍ମାଣ କରାଯାଇଛି । ୪ଟି ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ବଜାର ନିର୍ମାଣାଧୀନ ଅଛି । ରାଜ୍ୟସ୍ତରୀୟ ମିଶନ ଶକ୍ତି ବଜାର ଖୁବଶୀଘ୍ର ଖୋଲାଯାଉଛି ।
ନିର୍ବାଚନ ଇସ୍ତାହାର ପରିପୂରଣ ଦିଗରେ ମିଶନ ଶକ୍ତି ବିଭାଗ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି ଏବଂ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏସ୍ଏଚ୍ଜିମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁ ପୁରସ୍କାର ଏବଂ ସମ୍ବର୍ଦ୍ଧନା ପାଇଛନ୍ତି ବୋଲି ଶ୍ରୀମତୀ କାର୍ତ୍ତିକେୟନ୍ ସୂଚନା ଦେଇଥିଲେ ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଜୀବିକା ମିଶନର ରାଜ୍ୟ ମିଶନ ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଏନ୍ ଥୁରୁମାଲା ନାୟକ , ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଏବଂ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-16.jpg)


