
ସନ୍ଥପଡ଼ା ଡାଇମଣ୍ଡ କ୍ଲବ୍ ର 54ତମ୍ ବାର୍ଷିକ ଉତ୍ସବରେ ଆୟୋଜିତ ଡ୍ରାମା କାର୍ଯ୍ୟକ୍ରମ ଅତି ଧୁମଧାମରେ ପାଳିତ ହୋଇଯାଇଛି l
ତାଳଚେର ବ୍ଲକ୍ ଅନ୍ତର୍ଗତ ସନ୍ଥପଡ଼ା ଗ୍ରାମ ଡାଇମଣ୍ଡ କ୍ଲବ୍ ର 54ତମ ଅବଦାନରେ ମଞ୍ଚସ୍ଥ କରିଛି ଏ ବର୍ଷର ସୁପର ହିଟ ସାମାଜିକ ନାଟକ ଅକୁହା କାହାଣୀ ଶୁଣିବ କିଏ, ସନ୍ଥପଡ଼ା ଡାଇମଣ୍ଡ କ୍ଲବର ଯୁବକ ମାନଙ୍କ ଦ୍ଵାରା ୫୪ ତମ ଡ୍ରାମା ପରିବେଷଣ କାର୍ଯ୍ୟକ୍ରମ ରେ ତାଳଚେର ର ବିଧାୟକ ଶ୍ରୀଯୁକ୍ତ ବ୍ରଜକିଶୋର ପ୍ରଧାନ ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବକ ମାନଙ୍କୁ ଉତ୍ସାହିତ କରିବା ସହ ଦଶମ ବୋର୍ଡ ପରୀକ୍ଷାରେ କୃତି ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନୀତ କରିଥିଲେ।। ସମ୍ମାନୀୟ ଅତିଥି ଭାବେ ସନ୍ଥପଡା ଗ୍ରାମର ସରପଞ୍ଚ ମହୋଦୟ ଶ୍ରୀଯୁକ୍ତ ସହ ଦେବ ,ସମିତି ସଭ୍ୟଙ୍କ ପ୍ରତିନିଧି ଅର୍ଜ୍ଜୁନ ମହାନ୍ତି ,ଡ଼ାଇମଣ୍ଡ କ୍ଲବ୍ ର ସମ୍ପାଦକ ମାଙ୍ଗିଲାଲ ସାମଲ ଓ ପରିଚାଳକ ସୁଶୀଲ ସାମଲ ଯୋଗ ଦେଇଥିଲେ। ଡାଇମଣ୍ଡ କ୍ଳବ୍ ର ସମସ୍ତ ସଦସ୍ୟ ମାନଙ୍କ ସହଯୋଗରେ କାର୍ଯ୍ୟ କ୍ରମ ଶାନ୍ତି ଶୃଙ୍ଖଳା ର ସହିତ ଅନୁଷ୍ଠିତ ହୋଇଥିଲା, ଏହି ସୁପରହିଟ ନାଟକ ଅକୁହା କାହାଣୀ ଶୁଣିବ କିଏ କୁ ସନ୍ଥପଡ଼ା ଓ ଆଖ ପାଖ ଗ୍ରାମର ଦର୍ଶକ ମାନେ ଦେଖି ଢେର୍ ଆନନ୍ଦ ଉପଭୋଗ କରିଥିଲେ ,ଡାଇମଣ୍ଡ କ୍ଳବ୍ ପାଇଁ ନେହେରୁ ଯୁବ କେନ୍ଦ୍ର ର ସାହାଯ୍ୟ ସହଯୋଗ ପାଇଁ ଅନୁଷ୍ଠାନ ତରଫରୁ କୃତଜ୍ଞତା ଜ୍ଞାପନ କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ନାଟ୍ୟ ନିର୍ଦ୍ଦେଶନା ରାଜୁ ସାର୍, ମାନସ ସାମଲ, ତପନ ସାମଲ , ଇନ୍ଦ୍ରମଣି ସାମଲ ନୃତ୍ୟ ପରିଚାଳନା କରିଥିଲେ ଓ ବିସୁ, ମଟୁଂ, ଵିକାସ ଓ ଭିକି ପବିତ୍ର ଆଦି ସାହାଯ୍ୟ ସହଯୋଗ ର ହାତ ବଢ଼େଇଥିଲେ l
ଅନୁଗୋଳ ତାଳଚେର ରୁ ସୁବାସ ସାମଲଙ୍କ ରିପୋର୍ଟ l JBN NEWS





