ନାଟ୍ୟଶ୍ରୀ ଆର୍ତବନ୍ଧୁ ରାଉତରାୟ ଙ୍କ 95ତମ ଜୟନ୍ତୀ ଉପଲକ୍ଷେ ଜନ୍ମମାଟିରେ ଦୁଇଦିନ ଧରି ନବରସ-୨୦୨୩ ଅନୁଷ୍ଠିତ )
ଜଗତସିଂହପୁର :
ତା =31/5/23
ଓଡ଼ିଶା ଯାତ୍ରା ଜଗତର କିମ୍ବଦନ୍ତୀ ତଥା ଅପ୍ରତିଦ୍ୱନ୍ଦୀ ଅଭିନେତା ତଥା ନିର୍ଦ୍ଦେଶକ ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟ ଙ୍କ ୯୫ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଦୁଇଦିନ ଧରି ପାଳିତ ହେଉଥିବା ଜିଲ୍ଲା ସ୍ତରୀୟ ଉତ୍ସବ ନବରସ ୨୦୨୩ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ସମାଜସେବୀ, ଆଇନଜୀବୀ ତଥା ଡୁମାଣି ଗ୍ରୁପର ଅଧ୍ୟକ୍ଷ ଅକ୍ଷୟ କୁମାର ପଟ୍ଟନାୟକ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ନାଟ୍ୟକାର ହର ପ୍ରସାଦ ବାରିକ, ଜିଲ୍ଲାର ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କିଶୋର ଚୌଧୁରୀ, ସାହିତ୍ୟିକ ତଥା ପାରାଦ୍ୱୀପ ପୋର୍ଟର ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଲେଖ ଚନ୍ଦ୍ର ବେହେରା, ମୁଖ୍ୟବକ୍ତା ଭାବେ ବିଶିଷ୍ଠ ସ୍ତମ୍ଭକାର ତଥା ଅବସରପ୍ରାପ୍ତ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଯୋଗଦେଇ ନାଟ୍ୟଶ୍ରୀ ଙ୍କ ସ୍ମୃତିଚାରଣ କରିବା ସହିତ ତାଙ୍କ ଅଭିନୀତ ତଥା ନିର୍ଦ୍ଦେଶିତ ନାଟକ ଗୁଡ଼ିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଶିକ୍ଷାବିତ ସୁରେଶ ଚନ୍ଦ୍ର ରାଉତ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ଅତିଥି ମାନେ ନବରସ ର ନାୟକ ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟ ଙ୍କ ଜୀବନୀ ତଥା ତାଙ୍କ ଅଭିନୀତ ଚରିତ୍ର ର ସ୍ମୃତିକୁ ସାଉଁଟିଥିଲେ। ଏହି ସଭାରେ ନାଟ୍ୟଶ୍ରୀ ଙ୍କ ସୁପୁତ୍ର ତଥା ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟ ସ୍ମୃତି ପରିଷଦର ସମ୍ପାଦକ ତଥା ସାମ୍ବାଦିକ ତପନ କୁମାର ରାଉତରାୟ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ମୁଖ୍ୟଅତିଥି ତଥା ଡୁମାଣି ଗ୍ରୁପର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଥିଲେ ଯେ, ଆଗାମୀ ଦିନରେ ଏହି ମହାନାୟକ ଙ୍କ ଜୟନ୍ତୀ କୁ ଜିଲ୍ଲା ସ୍ତରରୁ ନେଇ ରାଜ୍ୟ ସ୍ତରୀୟ ମହୋତ୍ସବ ଭାବେ ପାଳନ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯିବା ସହ ପ୍ରତ୍ୟେକ ବର୍ଷ ଏହି ମହୋତ୍ସବ ରେ ଓଡ଼ିଶା ଯାତ୍ରା ଜଗତର ଖ୍ୟାତନାମା କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଆହ୍ୱାନ ଦେଇଥିଲେ। ଏହି ଉତ୍ସବରେ ଜିଲ୍ଲା ର ବିଭିନ୍ନ କଳା ପ୍ରତିଷ୍ଠାନର କଳାକାରମାନେ ନିଜ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ଏହି କଳା ପ୍ରଦର୍ଶନ ରେ ଉଚ୍ଚକୋଟିର କଳା ପ୍ରଦର୍ଶନ କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ପରେ ଯାତ୍ରା”ସବୁ ଉପର ବାଲାର ଖେଳ” ଏଠାରେ ମଞ୍ଚସ୍ଥ କରାଯାଇଥିଲା। ଦୁଇଦିନ ଧରି ଏହି ଉତ୍ସବ ନବରସ-୨୦୨୩ ନାଟ୍ୟଶ୍ରୀ ଙ୍କ ଜନ୍ମମାଟି ତଥା ଜଗତସିଂହପୁର ସଦର ବ୍ଳକ ଅନ୍ତର୍ଗତ ସମଙ୍ଗ ଜେନାସାହି ଠାରେ ଅନୁଷ୍ଠିତ ହୋଇଥିଲା।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ





