ଦେଶ ବିରୋଧ, ଶ୍ରମିକ ଓ ଜନ ବିରୋଧୀ ନୀତି ବିରୋଧରେ ଭାରତର ଟ୍ରେଡ ୟୁନିଅନ କେନ୍ଦ୍ର ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ଅନୁଗୋଳ ସହରର ରାଜ ଲକ୍ଷ୍ମୀ ହୋଟେଲ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସୂଚନା ଯେ, ଆଜି ରାଜ ଲକ୍ଷ୍ମୀ ହୋଟେଲ ଠାରେ ଭାରତର ଟ୍ରେଡ ୟୁନିଅନ କେନ୍ଦ୍ର ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଥିଲା କେନ୍ଦ୍ର ସରକାରଙ୍କର ଦେଶ ବିରୋଧ, ଶ୍ରମିକ ଓ ଜନ ବିରୋଧୀ ନୀତି ବିରୋଧରେ କେନ୍ଦ୍ରୀୟ ଟ୍ରେଡ ୟୁନିଅନ୍ ଓ ସ୍ଵାଧୀନ ଫେଡ଼ରେସନ୍ ମାନଙ୍କର ନିଷ୍ପତ୍ତି କୁ ଅନୁଗୋଳ ଜିଲ୍ଲାରେ କାର୍ଯ୍ୟକାରି କରିବା ପାଇଁ ଆହ୍ଵାନ ସହ ୧୪ ଦଫା ଦାବି ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀ ଟି ଅନୁଗୋଳ ଜିଲ୍ଲା କମିଟି ପକ୍ଷରୁ ଅନୁଷ୍ଠତି ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଟୁ ମହାନ୍ତି, ଅନୁଗୋଳ ଜିଲ୍ଲା କମିଟି ର ସଭାପତି ପ୍ରଦୀପ ପଣ୍ଡା, ଉପସଭାପତି, ତଥା ସାଧାରଣ ସମ୍ପାଦକ ଉପେନ୍ଦ୍ର ଶର୍ମା, ଟିଟିପିଏସ୍ ସ୍କିମ ୱାର୍କର୍ସ ୟୁନିୟନ ସାଧାରଣ ସାମ୍ବାଦିକ ସୁବାଷ୍ ଚନ୍ଦ୍ର ସାହୁ ଙ୍କ ସମେତ ବହୁ ସଦସ୍ୟ ମାନେ ଉପସ୍ଥିତ ରହି ଥିଲେ।





