
ଯୁବକର ମୃତ ଶରୀର ନଦୀରୁ ଉଦ୍ଧାର, ଘର ଲୋକ ଆଣିଲେ ହତ୍ୟା ଅଭିଯୋଗ।
କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ ଲସର୍ଦା ଗ୍ରାମରେ ପୁଣି ଏକ ହତ୍ୟା ଅଭିଯୋଗ, କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଲାଣି ପଞ୍ଚାୟତ ଅନ୍ତର୍ଗତ ବଲାଣି ଥାନା ଅଧୀନସ୍ଥ ଲସରଦା ଗ୍ରାମ ସ୍ଥିତ ନଦୀରୁ ଗତକାଲି ବୈଶାଗୁ ବାରିକ ନାମକ ଜଣେ ଯୁବକ ର ମୃତଦେହ ଉଦ୍ଧାର ହୋଇଥିବା ବେଳେ ତାଙ୍କ ଘର ଲୋକ ହତ୍ୟା ଅଭିଯୋଗ କରିଛନ୍ତି । ମୁଣ୍ଡରେ ଗଭୀର ଆଘାତ ହୋଇଥିବାରୁ ବୈଶାଗୁ ବାରିକ ମୃତ୍ୟୁ ବରଣ କରିଥିବା କହିଛନ୍ତି । ବଲାଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୁଚନା ଅନୁସାରେ ଗତକାଲି ଦିନ ତିନି ଘଟିକା ସମୟରେ ନୀଳାମ୍ବର ଆପଟ ୱର୍ଫ ରମି ନାମକ ବ୍ୟକ୍ତି ଘରକୁ ଯାଇ ନଇକୁ ଗାଧେଇବା ପାଇଁ ବୈଶାଗୁ ବାରିକଙ୍କୁ ସାଙ୍ଗରେ ନେଇଯାଇଥିଲେ । ନଇରେ ପହଞ୍ଚିବା ପରେ ବୈଶାଗୁ ବାରିକ ଶୌଚ କରିବା ପାଇଁ ଯାଇଥିଲେ । ସେହି ସମୟରେ ନୀଳାମ୍ବର ଆପଟ ୱର୍ଫ ରମି ଗାଧେଇ ସାରି ଘରକୁ ଫେରି ଯାଇଥିଲେ । ଏତେ ଅଧିକ ସମୟ ଧରି ବୈଶାଗୁ ବାରିକ ଘରକୁ ନ ଫେରିବାରୁ ତାଙ୍କ ସ୍ତ୍ରୀ ଓ ଘର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ସନ୍ଧ୍ୟା ଅଧିକ ହୋଇଯାଉଥିବାରୁ ତାଙ୍କ ଘର ଲୋକ ଖୋଜିଖୋଜି କରି ନଦି କୂଳକୁ ଯାଇ ଦେଖିବାକୁ ପାଇଥିଲେ ଯେ ବୈଶାଗୁ ବାରିକ ଅଳ୍ପ ନଦୀ ପାଣିରେ ବୁଡ଼ି ଯାଇ ମୃତ୍ୟୁ ବରଣ କରିଛି । ସଙ୍ଗେ ସଙ୍ଗେ ତାଙ୍କୁ ପାଣିରୁ ଉଦ୍ଧାର କରୁଥିବା ସମୟରେ ଦେଖିବାକୁ ପାଇଥିଲେ ଯେ, ତାଙ୍କ ମୁଣ୍ଡ ପଛ ପଟରେ ଗଭୀର କ୍ଷତ ହୋଇଛି ଓ ପ୍ରଚୁର ରକ୍ତ ସ୍ରାବ ହେଉଥିଲା । ସଙ୍ଗେ ସଙ୍ଗେ ତାଙ୍କ ସ୍ତ୍ରୀ ମମତା ବାରିକ ବଲାଣି ଥାନାରେ ଏକ ଅଭିଯୋଗ କରିଥିଲେ । ଅଭିଯୋଗ ଗ୍ରହଣ କରି ବଲାଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିବା ସହିତ ବୈଶାଖୁ ବାରିକଙ୍କ ମୃତ ଦେହକୁ ବଡବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ନୀଳାମ୍ବର ଆପଟ ୱର୍ଫ ରମି ନାମକ ବ୍ୟକ୍ତିକୁ ବଲାଣି ପୋଲିସ ନିଜ ହେପାଜତକୁ ନେଇ ପଚରା ଉଚରା ଜାରି ରଖିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ର କାରଣ ଜଣା ପଡ଼ିବ ।
କେନ୍ଦୁଝର ଜିଲ୍ଲା ବଡ଼ବିଲରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ





