(ପଣ୍ଡିତ ଧନେଶ୍ୱର ତ୍ରିପାଠୀ ଶର୍ମା ଙ୍କ ଏକାଦଶ ସ୍ମୁତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ )
ଜଗତସିଂହପୁର ତା =6/6/23
ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା ) ଜଗତସିଂହପୁର ଜ଼ିଲ୍ଲା ତରଫରୁ ପୂର୍ବତନ ଜ଼ିଲ୍ଲା ସଭାପତି ସ୍ବର୍ଗତ ପଣ୍ଡିତ ଧନେଶ୍ୱର ତ୍ରିପାଠୀ ଶର୍ମା ଙ୍କ ଏକାଦଶ ଉପଲକ୍ଷେ ଓଷ୍ଟା ଜ଼ିଲ୍ଲା ସଭାପତି ନିରଞ୍ଜନ ସାହୁ ଙ୍କ ସଭାପତିତ୍ୟରେ ସ୍ମୁତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି | ଏହି ସଭା ରେ ଓଷ୍ଟା ର ସମସ୍ତ ସଦସ୍ୟଉପସ୍ଥିତ ହୋଇ ସ୍ବର୍ଗତ ପଣ୍ଡିତ ଧନେଶ୍ୱର ତ୍ରିପାଠୀ ଶର୍ମା ଙ୍କ ଫଟୋ ଚିତ୍ର ରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହିତ ବାହାନଗା ରେଳ ଦୃଘଟଣା ରେ ସ୍ଵର୍ଗାରୋହଣ କରିଥିବା ବ୍ୟକ୍ତି ମାନଙ୍କ ଉଦେଶ୍ୟ ରେ ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା |ଓଷ୍ଟା ଜ଼ିଲ୍ଲା ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ବାରିକ |ବର୍ଷିଆନ ନେତା ଶଙ୍କର୍ଷଣ ସ୍ୱାଇଁ | ନିରଞ୍ଜନ ପଣ୍ଡା | ନିକୁଞ୍ଜ କିଶୋର ବେହେରା | ନିରଞ୍ଜନ ମହାନ୍ତି | କୈଳାସ ଚନ୍ଦ୍ର ବିଶ୍ୱାଳ | ଅରୁଣ କୁମାର ମହାନ୍ତି |ରାଜ୍ୟ ସମ୍ପାଦକ ସ୍ମୁତି ରଞ୍ଜନ ପରିଜା | ଶରତ ଚନ୍ଦ୍ର ବାରିକ | ଅନିଲ କୁମାର ଜେନା | ରାଜ କିଶୋର ସାହୁ |ଅରୁଣ ମହାରଣା | ଦୀପକ କୁମାର ବାରିକ | ରଞ୍ଜନ କୁମାର ମିଶ୍ର | ସୁବାଷ ଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇ ସ୍ବର୍ଗତପଣ୍ଡିତ ଧନେଶ୍ୱର ତ୍ରିପାଠୀ ଶର୍ମା ଜଣେ ପରୋପକାରୀ, ସ୍ନେହି, ନ୍ୟାୟବନ୍ତ, ବ୍ୟକ୍ତି ଥିଲେ |ତାଙ୍କର ବଳିଷ୍ଠ ନେତୃତ୍ୱ ରେ ଜଗତସିଂହପୁର ଜ଼ିଲ୍ଲା ଓଷ୍ଟା ସଂଘ କ୍ରମାଗତ ଆନ୍ଦୋଳନ ମାଧ୍ୟମ ରେ ଶିକ୍ଷକ ସମାଜ ର ଅନେକ ଦାବି ହାସଲ କରାଯାଇଛି ବୋଲି ଉପସ୍ଥିତ ଶିକ୍ଷକ ମାନେ ମତାବ୍ୟକ୍ତ କରିଥିଲେ | ଶେଷରେ ଓଷ୍ଟା ବ୍ଲକ ସମ୍ପାଦକ ତ୍ରିଲୋଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ





