




ବିଶାଳ ଦାତବ୍ୟ ସ୍ବାସ୍ଥ୍ୟ ଓ ସେବା ଶିବିର ଅନୁଷ୍ଠିତ ଓ ଆଧ୍ୟାତ୍ମିକ ପତ୍ରିକାର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ
ବିଷୟ____ ଭକ୍ତ ଦାସିଆ ପୀଠ ବାଲିଗାଁ,ପୁରୀରେ ଆଜି ଏକ ବିଶାଳ ଦାତବ୍ୟ ସ୍ବାସ୍ଥ୍ୟ ସେବା ଶିବିର ଓ ଆଧ୍ୟାତ୍ମିକ ପୁସ୍ତକ ଅର୍ଜ୍ଜନ ଚରଣ ସାମଲଙ୍କ ବିଶ୍ଵବନ୍ଦିତ ଶ୍ରୀ ଜଗନ୍ନାଥଙ୍କ ମାନବୀୟ ଲୀଳା ଏବଂ ଭକ୍ତ ଦାସିଆ ସ୍କୁତି କମିଟି , ବାଲିଗାଁ ପକ୍ଷରୁ ଭାବକୁ ନିକଟର ଶୁଭ ଉନ୍ମୋଚନ ହୋଇଯାଇଛି।ଏଥିରେ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ ପୁସ୍ତକ ଦୁଇଟିର ଶୁଭ ଉଦ୍ଘାଟନ ତାଙ୍କ କରକମଳରେ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସାହିତ୍ୟିକ ପ୍ରତିଭା ମହାରଥି, ଅର୍ଜ୍ଜନ ଚରଣ ସାମଲ, ବିଶିଷ୍ଟ ଇଞ୍ଜିନିୟର, ନିଗମାନନ୍ଦଙ୍କ ପରମ ଭକ୍ତ, ସମାଜସେବୀ, ସାହିତ୍ୟିକ ନିଳାଦ୍ରୀ ଭୁଷଣ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ଅତିଥି ମାନେ ଉପସ୍ଥିତ ଥିଲେ। ଅତିଥି ମାନେ ପ୍ରକାଶ କରିଥିଲେ ଯେ ସାହିତ୍ୟ ହେଉଛି ସମୁଦ୍ର ପରି ଅଥଳ,ଆକାଶ ପରି ଅପରିସୀମା ତାର କଳ୍ପନା କରିବା ଏକ ଦୁରୁହ ବ୍ୟାପାର ବୋଲି ଅତିଥି ମାନେ ପ୍ରକାଶ କରିଥିଲେ।





