ଆଳି ବ୍ଳକ ଅନ୍ତର୍ଗତ ଧୋୟା କ୍ରିକେଟ ଆସୋସିଏସନ୍ରର ବାର୍ଷିକ କାର୍ଯ୍ୟକାରିଣୀ ବୈଠକ ୨୦୨୩ ଓ ୨୦୨୪ ଅନୁଷ୍ଠିତ ହୋଇଯାଇଛି

ବିଷୟ_______ ଆଜି ଆଳି ବ୍ଳକ ଅନ୍ତର୍ଗତ ଧୋୟା କ୍ରିକେଟ ଆସୋସିଏସନ୍ରର ବାର୍ଷିକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ରାଜ ପ୍ୟାଲେସ ମଣ୍ଡପ ଗୋବିନ୍ଦପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି।ମାନବ ସେବାହି ମାଧବ ସେବା । ଆସ ମିଳି ମିଶି ଏକ ସୁସ୍ଥ ସମାଜ ଗଢ଼ିବା ଓ ଧୋୟାକୁ ନୁଆ ରୂପ ଦେବା ପାଇଁ ସ୍ବପ୍ନ ଦେଖିବା 2020 ରେ ଆରମ୍ଭ ହୋଇଥିବା
ଧୋୟା କ୍ରିକେଟ ଆସୋସିଏସନ୍ରର ଓ ଧୋୟା ପ୍ରେମିଅର ଲିଗ୍,ଆଜି ପର୍ଯ୍ୟନ୍ତ ଅଗ୍ନି କାଣ୍ଡ, ଘରପୋଡି,ଦୈବଦୁବିପାକ , ସଡ଼କ ଦୁର୍ଘଟଣା,ବନ୍ୟା ବାତ୍ୟା ରେ ଘର ଭାଙ୍ଗିବା ,ଆଦି ବିଭିନ୍ନ କ୍ଷେତ୍ରରେ ଲୋକଙ୍କ ପାଖରେ ପହଞ୍ଚିବା ସହ ଆର୍ଥିକ ସାହାଯ୍ୟ ପ୍ରଦାନ କରିଥାନ୍ତି।ଆଳି ଧୋୟା କ୍ରିକେଟ ଆସୋସିଏସନ୍ର ।ଆଜି ପର୍ଯ୍ୟନ୍ତ ଧୋୟା ପ୍ରେମିଅର ଲିଗ୍ ତାର ବାର୍ଷିକ ଖେଳ ମାହାରାକୁଳ ,ମାନପୁର,ଅର୍ଗଳଶାସନ, ଗୋବିନ୍ଦପୁର,ଅଙ୍ଗାଳୋ ଓ ଯୁଆଣିଆ ଠାରେ ଖେଳି ସାରିଛି ।ଏହି ଖେଳରେ ଯେଉଁ ଦଳ ଯିତେ ତାକୁ ଏକ ଲକ୍ଷ ଏଗାର ହଜାର ଶହେ ଏଗାର ଟଙ୍କା ପ୍ରଧାନ କରାଯାଏ ଓ ଯିଏ ହାରେ ତାକୁ ପଞାବନ ହଜାର ପଞ ଶହ ପାଞ ଟଙ୍କା ପ୍ରଦାନ କରାଯାଏ ।୪୦୦ ମେମ୍ବର ମଧ୍ୟରୁ ୧୫୦ ଜଣ ସକ୍ରିୟ ଅଛନ୍ତି। ଏହାର ଲକ୍ଷ୍ୟ ହେଉଛି ମେଡିକାଲ ସାହାଯ୍ୟ,ଖେଳ କରାଇବା ଓ ଶିକ୍ଷା କ୍ଷେତ୍ରରେ ଲୋକଙ୍କୁ ସାହାଯ୍ୟ କରିବା । ଧୋୟା ଅଞ୍ଚଳରେ ସୁଖ ଦୁଃଖର ସାଥି ହେବାପାଇଁ ଆଜି ପର୍ଯ୍ୟନ୍ତ ଧୋୟା କ୍ରିକେଟ ଆସୋସିଏସନ କାମ କରୁଛି । ଶେଷରେ ସଦସ୍ୟ ମାନେ ପ୍ରକାଶ କରିଛନ୍ତି ଯେ ଗୋଟିଏ ଲକ୍ଷ ବା ଆହ୍ୱାନ ଧୋୟାର ସବୁ ଯୁବପିଢି ଜଡ଼ିତ ହୋଇ ଆଜିର ସମାଜକୁ ସେବା ଦେବା ଆଜିର ବୈଠକରେ ସଭାପତି ପ୍ରକାଶ ମିଶ୍ର, ସଂପାଦକ ସୁନିଲ କୁମାର ପରିଡ଼ା,ଉପ ସଭାପତି ମହନ୍ତ ବାରିକ,କ୍ୟାଶିଅର ବିକାଶ ପାତ୍ର ,ବରିଷ୍ଠ ମେମ୍ବର କାର୍ତ୍ତିକଶ୍ଵର ସାହୁ,ଦିବେନ୍ଦୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଆଳି ରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ





