


ଏଣିକି ଅମାନିଆ ହେଲେ ଭୋଗିବାକୁ ପଡିବ ଦଣ୍ଡ, ତାଗିଦ୍ କଲା ପୌରପ୍ରଶାସନ ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ରେ କିଛି ଅମାନିଆ ଲୋକଙ୍କ ପାଇଁ ବଡ଼ବିଲ ପୌରାଞ୍ଚଳ ର ବିଭିନ୍ନ ଅଞ୍ଚଳରେ ଅଳିଆ ଆବର୍ଜ୍ଜନା ପଡି ବିଭିନ୍ନ ପ୍ରକାରର ଜୀବାଣୁ ଜନିତ ରୋଗ ହେବାସହ ଦୁର୍ଗନ୍ଧ ପୂର୍ଣ୍ଣ ବାତାବରଣ ସୃଷ୍ଟି ହେଉଛି। ସେଇଭଳି କିଛି ଅମାନିଆ ଲୋକଙ୍କୁ ସବାଡ୍ କରିବାକୁ ଅଣ୍ଟା ଭିଡ଼ିଛି ବଡ଼ବିଲ ପୌରପ୍ରଶାସନ। ସୂଚନା ଅନୁଯାୟୀ ବଡ଼ବିଲ ପୌରପାଳିକା ଅନ୍ତର୍ଗତ ୬ନମ୍ବର୍ ୱାର୍ଡ ସ୍ଥିତ ବଡ଼ବିଲ ବସ୍ତି ଛକ ତଥା ମୋନୀ ଟାୱାର ନିକଟରେ, ଯେତେ ସଫା କଲେ ମଧ୍ଯ ରାସ୍ତା କଡରେ କୁଢ଼କୁଢ ଅଳିଆ ଆବର୍ଜ୍ଜନା ବାରମ୍ବାର ପଡିରହୁଥିବା ଅଭିଯୋଗ ବଡ଼ବିଲ ପୌରପାଳିକା ର ହସ୍ତଗତ ହେବାପରେ, ବଡ଼ବିଲ ନଗରପାଳ ଲକ୍ଷ୍ମଣ ମହାନ୍ତ ଆକ୍ସନ ମୁଡ଼ରେ। ଆଜି ସଖାଳୁ ମୋନୀ ଟାୱାର ନିକଟରେ ଥିବା ଅଳିଆ ଆବର୍ଜ୍ଜନା କୁ ସଫାକରିବା ସହ ଉକ୍ତ ସ୍ଥାନରେ ଏକ ସୁରକ୍ଷା କର୍ମୀଙ୍କୁ ପୌରପ୍ରସାସନ ପକ୍ଷରୁ ନିୟୋଜିତ କରଯାଇ ଡଷ୍ଟବିନ୍ ରଖାଯାଇଥିବା ଦେଖିବାକୁ ମିଳିଛି ଏବଂ ଅଞ୍ଚଳ ବାସିନ୍ଦା ମାନଙ୍କୁ ପୌରପ୍ରସାସନ ପକ୍ଷରୁ ତାଗିଦ୍ କରଯାଇଛି କି ସମସ୍ତେ ଉକ୍ତ ଡଷ୍ଟବିନ୍ ରେ ନିଜନିଜ ଘରର ଅଳିଆ ଆବର୍ଜ୍ଜନା ପକାଇବାକୁ କଡ଼ାକଡ଼ି ନିର୍ଦ୍ଦେଶ ଜାରି କରାଯାଇଛି। ଯେ କୌଣସି ବ୍ୟକ୍ତି ବିଶେଷ ଏହି ନିୟମକୁ ଉଲ୍ଲଂଘନ କଲେ ପୌରପ୍ରସାଶନ ପକ୍ଷରୁ ଆଇନ୍ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ବଡବିଲ ପୌରପାଳିକା ପକ୍ଷରୁ ସୂଚନା ଦିଆଯାଇଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ ।




