( ଅଘୋଷିତ ବିଦ୍ୟୁତ କାଟ, ବିଦ୍ୟୁତ ଦେୟ ବୃଦ୍ଧି ପ୍ରତିବାଦ ରେ ଜ଼ିଲ୍ଲା କଂଗ୍ରେସ ର ବିକ୍ଷୋଭ )
ଜଗତସିଂହପୁର
ତା =27/6/23
ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ଡାକରାରେ ସମଗ୍ର ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ଓ ଅହେତୁକ ବିଦ୍ୟୁତ ଦେୟ ଦରବୃଦ୍ଧି ପ୍ରତିବାଦ ରେ ଜଗତସିଂହପୁର ଜ଼ିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଗୋପାଳ ସାଗର ସ୍ଥିତ ଟାଟା ବିଦ୍ୟୁତ କାର୍ଯ୍ୟାଳୟ ସମୁଖ ରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି | ଜ଼ିଲ୍ଲା କଂଗ୍ରେସ କମିଟି ସଭାପତି ନଟବର ବାରିକ ଙ୍କ ସଭାପତିତ୍ୱ ରେ ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ବରିଷ୍ଟ କଂଗ୍ରେସ ନେତା ଲଲାଟେନ୍ଦୁ ମହାପାତ୍ର | ପ୍ରସନ୍ନ କୁମାର ସାମନ୍ତରାୟ |ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ, ପ୍ରମୁଖ ଯୋଗଦେଇ ଅଘୋଷିତ ବିଦ୍ୟୁତକାଟ ଏବଂ ବିଦ୍ୟୁତ ଦର ବୃଦ୍ଧି କୁ କଟୁ ସମାଲୋଚନା କରିବା ସହିତ ଟାଟା ବିଦ୍ୟୁତ କମ୍ପାନୀ ର ଜନମାରଣା ନୀତି କୁ ବିରୋଧ କରି ଶତାଧିକ କଂଗ୍ରେସ କର୍ମୀ ବିକ୍ଷୋଭ ପଦର୍ଶନ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋଟ





