( କେବେ ଫେରିବ ମହେଶ୍ୱର ଙ୍କ ପରିବାର ର ଦୁଃଖ | ଭିନ୍ନକ୍ଷମ ପୁଅ ପାଇବ ମୁଣ୍ଡ ଗୁଞ୍ଜିବାକୁ ବାସଗୃହ, ଶୌଚାଳୟ, ଟ୍ରାଇ ସାଇକେଲ )
ଜଗତସିଂହପୁର
ତା =2/7/23
ପ୍ରତ୍ୟେକ ବାପା, ମା ଙ୍କ ର ଅନେକ ସ୍ବପ୍ନ | ପୁଅ ହେଉ କିମ୍ବା ଝିଅ ହେଉ, ପାଠ ପଢିବେ, ଭଲ ମଣିଷ ହେବେ, ଚାକିରୀ ବାକିରି କରି ପରିଣତ ବୟସରେ ବାପା, ମା ଙ୍କ ସେବା ଯତ୍ନ କରିବ | କିନ୍ତୁ ନିଷ୍ତୁର ଦଇବର ଗତି ବଡ଼ ବିଚିତ୍ର | ପରିଣତ ବୟସରେ ବୃଦ୍ଧ ବାପା, ମା ଏକଇରଵାଳା ବିସିକେଶନ ବଢିଲା ମୁକ,ଭିନ୍ନକ୍ଷମ ପୁଅ ର ଭବିଷ୍ୟତ ଚିନ୍ତା ରେ ପ୍ରତି ମୁହୂର୍ତ୍ତ ରେ ଈଶ୍ୱର ଙ୍କୁ ମନେ ମନେ ଅଭିମାନ ରେ ଗାଳି ଦେଉଛନ୍ତି |କାରଣ ବଢିଲା ମୁକ ଏବଂ ଭିନ୍ନକ୍ଷମ ପୁତ୍ର ସମସ୍ତ କାର୍ଯ୍ୟ ଏବେ ପରିଣତ ବୟସରେ ବାପା, ମା ଙ୍କୁ କରିବାକୁ ପଡୁଛି | ଏହାଠାରୁ ଭଳି ଦୁଃଖ ଓ ପରୀତାପ ର ବିଷୟ ଆଉ କଣ ହୋଇପାରେ | ହଁ ଦର୍ଶକ ବନ୍ଧୁ ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ଜଗତସିଂହପୁର ବ୍ଲକ ଓଡିଶୋ ପଞ୍ଚାୟତ ସାମନ୍ତରାୟପୁର ଗ୍ରାମରେ |ସେହି ଗ୍ରାମର ମହେଶ୍ୱର ରାଉତ ଙ୍କ ଏକ ମାତ୍ରମୁକ ଏବଂ ଭିନ୍ନକ୍ଷମ ପୁଅ ରୁଦ୍ର ନାରାୟଣ ରାଉତ ବୟସ ତେଇଶି ବର୍ଷ ରୁ ଉର୍ଦ୍ଧ ହେବ | ହେଲେ ରୁଦ୍ର ନାରାୟଣ ଜନ୍ମ ରୁ ମୁକ ଏବଂ ଭିନ୍ନକ୍ଷମ ହୋଇଥିବାରୁ କଥାବାର୍ତା କରିପାରୁ ନାହାନ୍ତି କି ଚଲା ବୁଲା କରିପାରୁନାହାନ୍ତି | ଗୋଟିଏ ସ୍ଥାନରେ ବସି ରହି ଝାଡା, ପରିସ୍ରା, ଖାଦ୍ୟ, ପେୟ ଆଦି ସମସ୍ତ କାର୍ଯ୍ୟ ବାପା ମହେଶ୍ୱର ଏବଂ ମା ବିଦୁଲତା ଙ୍କୁ କରିବାକୁ ପଡୁଛି | ପରିବାର ର ଆର୍ଥିକ ଅନାଟନ ସାଙ୍ଗକୁ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନାହିଁ କି ଶୌଚାଳୟ ନାହିଁ | ପଡିଶା ଘର ଲୋକେ ଭିନ୍ନକ୍ଷମ ପୁଅ କୁ ଏକ ଟ୍ରାଇ ସାଇକେଲ ପ୍ରଦାନ କରିଛନ୍ତି | ମହେଶ୍ୱର ଦୈନିଦିନ ପରର କାମ ଧନ୍ଦା କରି ଯାହା ଅର୍ଥ ରୋଜଗାର କରେ ସେଥିରେ ପରିବାର ଅଳ୍ପ ବହୁତେ ଚଳିଯାଆନ୍ତି | ମହେଶ୍ୱର ଙ୍କ ପରିବାର କ୍ଷେତ୍ରରେ ସରକାରୀ ସହାୟତା ସାତଶପନ ପାଲଟି ଥିବା ବେଳେ ସରକାର ଙ୍କ ର ମାଳମାଳ ଯୋଜନା ପ୍ରକୁତ ରେ କାହାପାଇଁ ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




