(ବରିଷ୍ଟ ଶିକ୍ଷକ ନେତା ଙ୍କ 77ତମ ଜୟନ୍ତୀ ପାଳିତ )
ଜଗତସିଂହପୁର
ତା =2/7/23
ଜଗତସିଂହପୁର ଜ଼ିଲ୍ଲା ର ଅବସରପ୍ରାପ୍ତ ବରିଷ୍ଟ ଶିକ୍ଷକ ନେତା ବିଜୟ କୁମାର ବିଶ୍ୱାଳ ଙ୍କର 77ତମ ଜୟନ୍ତୀ ଅବସରରେ ଦିଙ୍ଗିଶ୍ୱର ସ୍ଥିତ ବାସଭବନ ରେ ଉତ୍ତରୀୟ, ପୁଷ୍ପଗୁଛ, ଦେଇ ଜଗତସିଂହପୁର ସାରସ୍ୱତ ପରିଷଦ ସଭାପତି ଅଧ୍ୟାପକ ହିମାଂଶୁ ଶେଖର ଆଚାର୍ଯ୍ୟ ସମ୍ବର୍ଦ୍ଧିତ କରିବା ସହିତ ବିଜୟ କୁମାର ବିଶ୍ୱାଳ ଙ୍କ ର ଦୀର୍ଘ, ନିରାମୟ ଜୀବନ କାମନା କରିଥିଲେ | ଶ୍ରୀ ବିଶ୍ୱାଳ ବିଗତ ଦିନରେ ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ର ଜଗତସିଂହପୁର ବ୍ଲକ ସମ୍ପାଦକ, ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକ ମହାସଂଘ ର ଉପ ସଭାପତି ଥିବା ବେଳେ ବର୍ତ୍ତମାନ ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକ ମହାସଂଘ ର ଉପଦେଷ୍ଟା ଭାବେ ଦାଇତ୍ୱ ନିର୍ବାହ କରୁଛନ୍ତି |ଏପରିକି ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କ ରେ ଅନେକ ବାର ଆନ୍ଦୋଳନ କରି କାରବାରଣ କରିଛନ୍ତି |ଏଭଳି ନିସ୍ଵାର୍ଥପର ଶିକ୍ଷକ ନେତା ଙ୍କ ଜୟନ୍ତୀ ଅବସରରେ ପରିବାର ସଦସ୍ୟ ଙ୍କ ସହିତ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ବାସ ଭବନରେ ସାମିଲ ହୋଇ ଜୟନ୍ତୀ ପାଳନ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ


April 21, 2026/
No Comments



