କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କର ମିଳିତ ବୈଠକ
ଢେଙ୍କାନାଳ, ୪/୭: ଅଦ୍ୟ ଷ୍ଟେସନବଜାର ନିକଟରେ ଥିବା ବି.କେ. ଏମ୍.ୟୁ. ଜିଲ୍ଲା କାର୍ଯ୍ୟାଳୟଠାରେ ସର୍ବଜ୍ଞ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ନିର୍ମାଣ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ଶ୍ରମିକମାନଙ୍କର ସମସ୍ୟା ଉପରେ ଉଦ୍ବେଗ ପ୍ରକାଶ କରିଥିଲେ ଏବଂ ଜିଲ୍ଲା ଶ୍ରମ ଦସ୍ତରରେ ହେଉଥିବା କାର୍ଯ୍ୟକଳାପ ଉପରେ ଆଲୋଚନା କରାଯାଇ ନିର୍ମାଣ ଶ୍ରମିକଙ୍କ ସମସ୍ୟା ସମାଧାନ ପାଇଁ ନିମ୍ନ ପ୍ରସ୍ତାବମାନ ଗୃହୀତ କରାଯାଇଥିଲା । କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନମାନେ ସଂଗ୍ରାମ କରି ବିଭିନ୍ନ ସମସ୍ୟା ଉପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଲଢେଇ ଜରିଆରେ ବିଭିନ୍ନ ଶ୍ରମିକ ହିତେଶୀମାନେ ଦାବି ହାସଲ କରିଥାନ୍ତି । ଶ୍ରମିକ ସଂଗଠନମାନଙ୍କ ଦ୍ଵାରା ପ୍ରାଧିକୃତ ବ୍ୟକ୍ତିଙ୍କୁ ଶ୍ରମିକଙ୍କ କାର୍ଯ୍ୟ କରିବା ପାଇଁ ଅଧିକାର ଦିଆଯାଇଛି । କିନ୍ତୁ କାର୍ଯ୍ୟତଃ ଦେଖାଯାଉଛି କି ପ୍ରାଧିକୃତ ବ୍ୟକ୍ତିଙ୍କୁ ସମ୍ମାନ ଦିଆଯାଉନି । ତାଙ୍କ ଦ୍ବାରା ପ୍ରେରିତ ନିର୍ମାଣ ଶ୍ରମିକଙ୍କ କାର୍ଯ୍ୟ କରିବାରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଅହେତୁକ ଅବହେଳା ପ୍ରଦର୍ଶନ କରି ଆସୁଛନ୍ତି । ଏପରିସ୍ଥଳେ ଆଂଚଳିକ ସଂଘଦ୍ବାରା ପ୍ରେରିତ ଶ୍ରମିକମାନଙ୍କର କାର୍ଯ୍ୟକୁ ଅଗ୍ରାଧିକାର ଭିତିରେ କାର୍ଯ୍ୟ କରାଯାଉଛି । ତେଣୁ କେନ୍ଦ୍ରୀୟ ଶ୍ରମିକ ସଂଗଠନର ପ୍ରାର୍ଥୀକୃତ ବ୍ୟକ୍ତିଙ୍କୁ ଯଥୋଚିତ ସମ୍ମାନ ମିଳିବା ସହ ତାଙ୍କ କାର୍ଯ୍ୟ ଅଗ୍ରାଧିକାର ଭିତିରେ ହେବା ଦରକାର ବୋଲି ମତ ପ୍ରକାଶ ପାଇଥିବା ଏବଂ ଆସନ୍ତା ଅଗଷ୍ଟ ମାସରେ ହେବାକୁ ଯାଉଥିବା ଆନ୍ଦୋଳନ ଉପରେ ଆଲୋଚନା କରାଯାଇଥିଲା । ଉକ୍ତ ବୈଳରେ ଏ.ଆଇ.ଟି.ୟୁ.ସି., ଏ.ଆଇ.ସି.ସି.ଟି.ୟୁ. ଏଚ୍. ଏମ୍. ଏସ୍. ସି.ଆଇ.ଟି.ୟୁର ପ୍ରତିନିଧି ଯଥା ଶ୍ରୀନିବାସ ସାହୁ, ଯମ୍ବେଶ୍ବର ସୃଷ୍ଟି, ସୁଧାଳର ବଳଦେବା, ନିରଞ୍ଜନ ରାଉତ, ଗଢି ରଥ ପ୍ରମୁଖ ଯୋଗ ଦେଇଥିଲେ ।





