
(ପାଞ୍ଚ ଦଫା ଦାବି ନେଇ ଜ଼ିଲ୍ଲା ରିଟେଲର ସଂଘ ପକ୍ଷରୁ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ )
ଜଗତସିଂହପୁର
ତା =5/7/23
ଜଗତସିଂହପୁର ଜ଼ିଲ୍ଲା ରିଟେଲର ସଂଘ ପକ୍ଷରୁ ପାଞ୍ଚ ଦଫା ଦାବି ନେଇ ହଜାର ହଜାର କର୍ମକର୍ତା ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଛନ୍ତି |ଜ଼ିଲ୍ଲା ରେ କାର୍ଯ୍ୟରତ ସମସ୍ତ ରିଟେଲର ମାନଙ୍କୁ କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ କଲ୍ୟାଣ ଅନ୍ନ ଯୋଜନା ରେ ଅଠେଇସି ମାସର ବକେୟା ଟଙ୍କା ତୁରନ୍ତ ପ୍ରଦାନ କରିବା | ଡିଲର ମାନଙ୍କ ଦ୍ଵାରା ସରକାର ପ୍ରତେକ ହିତାଧିକାରୀ ମାନଙ୍କୁ ଇଲେଟ୍ରି ବଲ ବଣ୍ଟନ କରିବା ଦାଇତ୍ୱ ଅର୍ପଣ କରିଥିଲେ ମଧ୍ୟ୍ୟ ବକେୟା ଟଙ୍କା ପ୍ରଦାନ କରିନଥିଲେ ତେଣୁ ତୁରନ୍ତ ବକେୟା ଟଙ୍କା ପ୍ରଦାନ କରିବା |ପ୍ରତେକ ମାସରେ | ଡିଲର ମାନେ ଅଖା ଫେରସ୍ତ କରିଥିଲେ ମଧ୍ୟ୍ୟ ତୁରନ୍ତ ବକେୟା ଅଖା ଟଙ୍କା ପ୍ରଦାନ କରିବା |ମଧ୍ୟାହ୍ନ ଭୋଜନ ପାରିଶ୍ରମିକ ପ୍ରଦାନ କରିବା ଆଦି ପାଞ୍ଚ ଦଫା ଦାବି ନେଇ ହଜାର ହଜାର ରିଟେଲର ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ନିକଟରୁ ଏକ ପ୍ରତିବାଦ ଶୋଭାଯାତ୍ରା ରେ ବଜାର ପରିକ୍ରମା କରି ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରେ ବିକ୍ଷୋଭ ପଦର୍ଶନ କରିଥିଲେ ତାହା ପରେ ଜଗତସିଂହପୁର ଜ଼ିଲ୍ଲା ରିଟେଲର ସଂଘ ଜ଼ିଲ୍ଲା ସଭାପତି ଶରତ ଚନ୍ଦ୍ର ସାହୁ ଙ୍କ ନେତୃତ୍ୱ ରେ ଉପ ସଭାପତି କୈଳାସ ଚନ୍ଦ୍ର ସ୍ୱାଇଁ, ନରେଶ ଚନ୍ଦ୍ର ସ୍ୱାଇଁ, ସାଧାରଣ ସମ୍ପାଦକ ତରୁଣ କୁମାର ସ୍ୱାଇଁ, ଯୁଗ୍ମ ସମ୍ପାଦକ ପ୍ରେମାନନ୍ଦ ମହାପାତ୍ର, ଶହ ସମ୍ପାଦକ ଅଜିତ କୁମାର ଷଢଙ୍ଗୀ, ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ ଉପ ଜ଼ିଲ୍ଲାପାଳ ପ୍ରଦୀପ୍ତ କୁମାର ସାହୁ ଏବଂ ଅତିରିକ୍ତ ଜ଼ିଲ୍ଲା ଯୋଗାଣ ଅଧିକାରୀ ରୋହିତ କୁମାର ଦାସ ପ୍ରମୁଖ ଙ୍କୁ ଦାବିପତ୍ର ପ୍ରଦାନ କରିବା ସହିତ ଜ଼ିଲ୍ଲା ପ୍ରଶାସନ ରିଟେଲର ମାନଙ୍କ ସମସ୍ୟା ସମାଧାନ ନ କଲେ ଆଗାମୀ ଦିନରେ ସମସ୍ତ ରିଟେଲର ରେସନ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ରେ ସମ୍ପୂର୍ଣ ଅସହଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ





