
ସ୍ଥାନୀୟଲୋକଙ୍କୁ ନିଯୁକ୍ତି ଦାବିରେ ବଲାଣି ଖଣି ସମ୍ମୁଖରେ ଗଣଧାରଣା।
କେନ୍ଦୁଝର ଜିଲ୍ଲା ଏକ ଖଣିଜ ସମ୍ପଦ ଭରା ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ଗୁଡ଼ିଏ ଖଣି କମ୍ପାନୀ ରହିଛି ଏବଂ ଏହି ଖଣି କମ୍ପାନୀ ମାନଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଅନେକ ସମୟରେ ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଜନାସୋନ୍ତସ ଦେଖିବାକୁ ମିଳିଥାଏ। ସେହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ତଥା ବଲାଣି ଥାନା ଅଧୀନରେ ଥିବା ରାଷ୍ଟ୍ରାୟତ ଉଦ୍ୟୋଗ ବଲାଣି ସେଲ୍ ଖଣି ସମ୍ମୁଖରେ। ଆଜି ଦୁଇଟି ପଞ୍ଚାୟତ ଯଥା ବଲାଣି ପଞ୍ଚାୟତ ଓ ବାଲାଗୋଡା ସହସ୍ର ସଂଖ୍ୟାରେ ପୁରୁଷ ଓ ମହିଳା ସ୍ଥାନୀୟ ବାସିନ୍ଦା ମାନଙ୍କୁ ନିଯୁକ୍ତି ଦାବିରେ ଖଣି ସମ୍ମୁଖରେ ଗଣଧାରଣା ଦେଇଥିଲେ।ଆସନ୍ତୁ ଶୁଣିବା କଣ ରହିଛି ଅଭିଯୋଗ ଅଞ୍ଚଳ ବାସିନ୍ଦା ମାନଙ୍କର ଏହି ରାଷ୍ଟ୍ରାୟତ ଉଦ୍ୟୋଗ ବଲାଣି ସେଲ୍ ଖଣି ବିରୋଧରେ ଓ କଣ କହୁଛନ୍ତି ସେମାନେ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ ।




