କେନ୍ଦ୍ର ସରକାର ଙ୍କ ୯ ବର୍ଷ ପୂର୍ତ୍ତି ଉପଲକ୍ଷେ କର୍ମୀ ସମାବେଶ।
ଚୌଦ୍ଵାର – କଟକ ନିର୍ବାଚନ ମଣ୍ଡଳୀ ଇନ୍ଦ୍ରାଣୀ ପଟ୍ଟନା ପଞ୍ଚାୟତରେ କେନ୍ଦ୍ରରେ ମୋଦୀ ସରକାରଙ୍କ ୯ବର୍ଷ ପୂର୍ତ୍ତି ଉପଲକ୍ଷେ ସେବା, ସୁଶାସନ ଓ ଗରିବ କଲ୍ୟାଣ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରରେ ମୋଦୀ ସରକାର ୯ ବର୍ଷର ଶାସନ ରେ କି ଭଲି ଦେଶର ପ୍ରଗତି ହୋଇଛି ଓ ସାରା ବିଶ୍ୱରେ ଭାରତ ଦେଶର ମାନ ସମ୍ମାନ ବଢିବା ସହ ଦେଶ ମୋଦୀଙ୍କ ନେତୃତ୍ବରେ ବିଶ୍ୱଗୁରୁ ହେବା ଆଡକୁ ଅଗ୍ରସର କରୁ ଥିବା କଥା ଆଇନଜୀବୀ ତଥା ବରିଷ୍ଠ ବିଜେପି ନେତା ଶ୍ରୀ ପ୍ରମୋଦ କୁମାର ସାହୁ ଜନ ସାଧାରଣଙ୍କୁ ବୁଝାଇ ଥିଲେ। ଓଡ଼ିଶା ପ୍ରଦେଶର ବିକାଶ ପାଇଁ କେନ୍ଦ୍ରର ମୋଦୀ ସରକାର କି ଭଲି ପର୍ଯ୍ଯାପ୍ତ ଅର୍ଥ ଓଡିଶା ସରକାର ଙ୍କୁ ୯ ବର୍ଷ ଭିତରେ ପ୍ରଦାନ କରିଛନ୍ତି ତାର ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ମଧ୍ଯ ଜନ ସାଧାରଣ ଙ୍କୁ ଶ୍ରୀ ସାହୁ ଜଣାଇଥିଲେ। ଏହି କର୍ମୀ ସମାବେଶ କାର୍ଯ୍ୟକ୍ରମରେ ଇନ୍ଦ୍ରାଣୀପଟ୍ଟନା ସରପଂଚ ଙ୍କ ପ୍ରତିନିଧି ବିନୟ କୁମାର ମଲ୍ଲିକ , ୪୮ ନମ୍ବର ୱାର୍ଡ ର କର୍ପୋଟର ନିରୋଦ ଚନ୍ଦ୍ର ପଣ୍ଡା, ୧୪ ନମ୍ବର ୱାର୍ଡ ବିଜେପି ର ବରିଷ୍ଟ ନେତା ବସନ୍ତ କୁମାର ଦାସ, ଇନ୍ଦ୍ରାଣୀ ପଟ୍ଟନା ଗ୍ରାମର ମୁରବି ଶ୍ରୀଯୁକ୍ତ ଅକ୍ଷୟ ମହାନ୍ତି ଙ୍କ ସହ ଶତାଧିକ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ।
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୂଜ





