


୧୨୦୦ ଦିନରେ ପହଁଚିଲା ଚିନ୍ମୟ ଫାଉଣ୍ଡେସନର କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନର କାର୍ଯ୍ୟକ୍ରମ।
ଯାଜପୁର (୦୬/୦୭): ଅଗ୍ରଣୀ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଦୀର୍ଘ ୧୨୦୦ ଦିନ ଧରି ନିରବଚ୍ଛିନ୍ନ ପ୍ରକ୍ରିୟାରେ ଜାରି ରହିଛି ମାକ୍ସ, ସାନିଟାଇଜର ସହ ଗରିବ, ଅସହାୟଙ୍କୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନ ଜାରି। ଫାଉଣ୍ଡେସନର ଦିନ ସଂଖ୍ୟା ୧୧୯୮ରୁ ୧୨୦୦ ପର୍ଯ୍ୟନ୍ତ ଅର୍ଥାତ୍ ଗତ ରବିବାରରୁ ମଙ୍ଗଳବାର ପର୍ଯ୍ୟନ୍ତ ଦୀର୍ଘ ୩ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ବଣ୍ଟନ କାର୍ଯ୍ୟ ଜାରି ରହିଥିବାର ଦେଖିବକୁ ମିଳିଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶକ୍ରମେ ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ଶକ୍ତି ରଞ୍ଜନ ଜେନା, ତପନ ଦାସ ଆଦି ଏହି କାର୍ଯ୍ୟକ୍ରମକୁ ଜାରି ରଖିଥିବାର ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମ ୧୨୫୦ ଦିନ ଧରି ନିରବଚ୍ଛିନ୍ନ ଭାବରେ ଚାଲୁ ରହିବ। ଅଗଷ୍ଟ ୨୩ ତାରିଖ ଦିନ ସଚେତନତା ଓ କୋଭିଡ କିଟ୍ ବଣ୍ଟନ କାର୍ଯ୍ୟକ୍ରମ ସମାପନ ହେବ।ମାତ୍ର ୨୨ମାର୍ଚ୍ଚ ୨୦୨୦ ମସିହାରୁ ନିରବଚ୍ଛିନ୍ନ ପ୍ରକ୍ରିୟାରେ ଜାରି ରହିଥିବା ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ “ମିଶନ୍ ଅମୃତ ହସ୍ତମ୍” ନାମରେ ଚାଲୁ ରହିବ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶ ସୁଚନା ଦେଇଛନ୍ତି।





