


(ସାରଳା ସଂସ୍କୃତ ମହାବିଦ୍ୟାଳୟ ପରିସରରେ ତହସିଲଦାର ଙ୍କ ଦାଦାଗିରି |ନ୍ୟାୟ ପାଇବା ପାଇଁ ଅଧକ୍ଷ୍ୟ ନେଲେ ନ୍ୟାୟଳୟ ର ଆଶ୍ରୟ )
ଜଗତସିଂହପୁର
ତା =7/7/23
ଆଇନିର ରକ୍ଷକ ଏବେ ଭକ୍ଷକ ସାଜିଛନ୍ତି |ନୀତି ନିୟମ କୁ ସମ୍ପୂର୍ଣ ଉଲଘଂନ କରି କଲମ ଛାଡି ଏବେ ଦାଦାଗିରି କାର୍ଯ୍ୟରେ ଲିପ୍ତ ହୋଇ ବେଶ ଚର୍ଚ୍ଚା ର ପରିସର କୁ ଆସିଛନ୍ତି |ଏମିତି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ବାଲିକୁଦା ତହସିଲଦାର ଙ୍କ କ୍ଷେତ୍ରରେ | ହଠାତ ନୀତି ନିୟମ କୁ ଉଲଂଘନ କରି ବେଆଇନି ଭାବେ ସାରଳା ସଂସ୍କୃତ ମହାବିଦ୍ୟାଳୟ ପିଲର ଖୁଣ୍ଟ ଭାଙ୍ଗିବା ତହସିଲଦାର ଙ୍କୁ ମହଙ୍ଗା ପଡିଛି |ଖବର ନେବାରେ ଜଣାଯାଇଛି
ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ବ୍ଲକ କରମଙ୍ଗଠାରେ ସାରଳା ସଂସ୍କୃତ ମହାବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ 1993ମସିହାରେ ରାଜ୍ୟପାଳ ଙ୍କ ତରଫରୁ ଜ଼ିଲ୍ଲାପାଳ 1998ମସିହାରେ ଏକ ଏକର ପନ୍ଦର ଡିସମିଲ ପତିତ ଖାତାରୁ 93 ଡିସମିଲି ଜମି ଲିଜ ଆକାରରେ ପ୍ରଦାନ କରିଥିଲେ | ସେହି ଜମି ଉପରେ ମହାବିଦ୍ୟାଳୟ ର ଗୃହ ନିର୍ମାଣ କରାଯାଇଥିଲା | ପରବର୍ତୀ ସମୟରେ ଉଚ୍ଚ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଇ -ଲାଇବ୍ରେରୀ ପ୍ରତିଷ୍ଠା ନିମନ୍ତେ ସରକାର ଅନୁଦାନ ପ୍ରଦାନ କରିବାରୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ମହାବିଦ୍ୟାଳୟ ସୀମା ନିର୍ଧାରଣ କରି ଖୁଣ୍ଟ ପକାଇଥିଲେ | ହେଲେ ହଠାତ ବାଲିକୁଦା ତହସିଲଦାର ମହାବିଦ୍ୟାଳୟ ଜମି ଡିମାରେକେସନ ନ କରି ତିନି ଦିନ ଭିତରେ ପିଲର ଖୁଣ୍ଟ ହାତଇବାକୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କୁ ନୋଟିସ କରିଥିଲେ | ତହସିଲଦାର ତାହାପରେ ବାଲିକୁଦା ଅତିରିକ୍ତ ଶିକ୍ଷା ଅଧିକାରୀ, ପୋଲିସ, ଏବଂ ଅନ୍ୟାନ୍ୟ କର୍ମକର୍ତା ଙ୍କୁ ଧରି ବେଆଇନି ଭାବରେ ସମସ୍ତ ପିଲର ଖୁଣ୍ଟ ଭାଙ୍ଗି ଦେଇଥିଲେ |ଯାହା କି ସିସି ଟି ଭି ପଟେଜ ରେ ରେକର୍ଡ ରୁ ଜଣାପଡୁଛି | ଏ ସମ୍ପର୍କ ରେ ମହାବିଦ୍ୟାଳୟ ପରିଚାଳନା କମିଟି ଜ଼ିଲ୍ଲାପାଳ, ଏସ ପି ଙ୍କୁ ଲିଖିତ ଅବଗତ କରିବା ପରେ ପରିଚାଳନା କମିଟି ନିର୍ଦେଶ କ୍ରମେ ବାଲିକୁଦା ତହସିଲଦାର ଙ୍କ ଅମାନୁଷିକ କାର୍ଯ୍ୟକଳାପ ବିରୋଧ ରେ ନ୍ୟାୟଳୟ ରେ ଏକ ମକଦମା ରୁଜୁ କରାଯାଇଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ





