ଦଧିବାମନ ମନ୍ଦିର ର ନୂତନ ଟ୍ରଷ୍ଟ ବୋର୍ଡ଼ ଗଠନ
ଭଟଲି (ଅଭିମନ୍ୟୁ ପଧାନ ) : – ଭଟଲି ସ୍ଥିତ ଶ୍ରୀ ଦବାମନ ସ୍ଵାମୀଙ୍କ ମନ୍ଦିର ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ । ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ଅଧୀନରେ ଏହି ମନ୍ଦିର ରହିଛି। ସରକାରୀ ଅନୁମୋଦିତ ଏକ ପରିଚାଳନା ଟ୍ରଷ୍ଟବୋର୍ଡ ଦ୍ବାରା ମନ୍ଦିର ପରିଚାଳିତ ହେଉଛି। ଏକ ନୂତନ ଟ୍ରଷ୍ଟ ବୋର୍ଡ ଗଠନ ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ହେଁ କୌଣସି ବଶତଃ ତାହା କାର୍ଯ୍ୟକାରୀ ହୋଇ ପାରି ନଥିଲା।ଭଟଲି ବିଧାୟକ ଭାବରେ ଇରାଶିଷ ଆଚାର୍ଯ୍ୟ ୨୦୨୪ରେ ନିର୍ବାଚିତ ହେବାପରେ ଶ୍ରୀ ଦଧୂବାମନ ମନ୍ଦିର ନିମନ୍ତେ ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ନେବା ସହିତ ଏକ ନୂତନ ଟ୍ରଷ୍ଟ ବୋର୍ଡ ଗଠନ ପାଇଁ ସ୍ବତନ୍ତ୍ର ଆଗ୍ରହ ପ୍ରକାଶ କରିଥିଲେ। ତେବେ ଶ୍ରୀ ଆଚାର୍ଯ୍ୟଙ୍କ ପ୍ରଚେଷ୍ଟା କ୍ରମେ ଏହା ସମ୍ପୂର୍ଣ ହୋଇଥିବା ଦେଖାଯାଇଛି। ଓଡ଼ିଶା ହିନ୍ଦୁ ଧାର୍ମିକ ଦେବୋତ୍ତର ବିଭାଗର ନିର୍ଦେଶ ଚିଠି ସଂଖ୍ୟା ୪୪୬ (୧୬) ଅନୁଯାୟୀ ଆଗାମୀ ଦୁଇ ବର୍ଷ କାର୍ଯ୍ୟକାଳ ପାଇଁ ଏକ ନୂତନ ଟ୍ରଷ୍ଟ ବୋର୍ଡ ଗଠନ ପାଇଁ ନିର୍ଦେଶ ଜାରି କରାଯାଇଛି। ଏହି ନୂତନ ଟ୍ରଷ୍ଟ ଟ୍ରଷ୍ଟ ବୋର୍ଡରେ ନିୟମାନୁଯାଇ ବରଗଡ଼ ଉପଜିଲାପାଳ, ଭଟଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଭଟଲି ତହସିଲଦାର, ଭଟଲି ଥାନାଧିକାରୀ , ଭଟଲି ବନାଞ୍ଚଳ ଅଧିକାରୀ, ମୋତିଲାଲ ବନଛୋର, ନାରାୟଣ ପଧାନ, ଭାଗିରଥ୍ ପଧାନ, ସୁରେଶ ସାହୁ, ଶ୍ୟାମସୁନ୍ଦର ସାହୁ, ବିଜୟ ମେହେର, ଦୁଷ୍ମନ୍ତ ସାହୁ ଏବଂ ରାମ ବେହେରା ଙ୍କୁ ନିଯୁକ୍ତି କରାଯାଇଥିବା ଉକ୍ତ ନିର୍ଦେଶ । ପତ୍ରରେ ର ଉଲ୍ଲେଖ ରହିଛି।ପ୍ରକାଶ ଥାଉକି ୨୦୧୦ରେ ଶେଷ ଥର ପାଇଁ ଗୋପୀନାଥ ସାହୁଙ୍କ ଟ୍ରଷ୍ଟିରେ ଟ୍ରଷ୍ଟବୋର୍ଡ ଗଠନ ସେ ହୋଇ ୨୦୧୫ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ଆସୁଥିଲା। ଗୋଟିଏ ଟ୍ରଷ୍ଟବୋର୍ଡର କାର୍ଯ୍ୟକାଳ ୨ ବର୍ଷ ଅଟେ | ତଥାପି ସେମାନେ ଅଧିକ ୩ ବର୍ଷ କାର୍ଯ୍ୟ ସଂପାଦନା କରିଥିଲେ। ପରେ ୨୦୧୫ରେ ସମ୍ବଲପୁର ସ୍ଥିତ ଅତିରିକ୍ତ ସରକାରୀ ବୋତ୍ତର କମିଶନର କାର୍ଯ୍ୟାଳୟ ୟରେ ଟ୍ରଷ୍ଟବୋର୍ଡ ସାମୂହିକ ଇସ୍ତାଫା ପ୍ରଦାନ ଦାନ କରିଥିଲେ । ପରେ ଏକ ୧୫ ଜଣିଆ ଟ୍ରଷ୍ଟବୋର୍ଡ ଅନୁମୋଦିତ ହୋଇ ଆସିଲା ପରେ ତାହା କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ। ପୁଣି ଏକ ୧୪ଜଣିଆ ଟ୍ରଷ୍ଟବୋର୍ଡ ଗଠନ କରି ତତ୍କାଳୀନ ଦେବୋତ୍ତର ଇନ୍ସପେକ୍ଟର ସମ୍ବଲପୁର ଅତିରିକ୍ତ ସହକାରୀ ଦେବୋତ୍ତର କମିଶନରଙ୍କ ପାଖକୁ ସୁପାରିସ କରିଥିଲେ। ପୁନଶ୍ଚ ଗତ ୧୦/o୬/୨୦୧୮ରେ ଟ୍ରଷ୍ଟବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ଗୋପିନାଥ ସାହୁ ଜିଲା ପ୍ରଶାସନର ମୁଖ୍ୟ ବରଗଡ଼ ଜିଲାପାଳଙ୍କୁ ଲିଖୁତ ଆକାରରେ ଜଣାଇଥିଲେ ଯେ ତାଙ୍କ ଶରୀର ଅସୁସ୍ଥତା କାରଣରୁ ସେ ଆଉ ଦାୟିତ୍ବ ତୁଲାଇ ପାରିବେ ବେ ନାହିଁ। ପୁରୁଣା ଟ୍ରଷ୍ଟ ବୋର୍ଡର ଚାରି ଜଣ ସଦସ୍ୟଙ୍କ ଦେହାବସାନ ହୋଇଯାଇଛି । ଅନ୍ୟ ତିନି ଜଣ
ସଦସ୍ୟ ବୟସାଧୂକ ଯୋଗୁଁ ଆଉ ପୂର୍ବ ପରି ସମୟ ଦେଇପାରୁ ନଥିଲେ। ବିଗତ କିଛି ବର୍ଷ ହେବ ରଥଯାତ୍ରା ପାଖେଇ ଆସିଲେ ପ୍ରଶାସନ ଅନେକ ପ୍ରକାର ପ୍ରତିଶ୍ରୁତି ଦେଇ ରଥଯାତ୍ରା ପର୍ବକୁ ଚଳାଇଦେବା ଦେଖିବାକୁ ମିଳି ଥିଲା । ୨୦୧୫ରୁ ରଥଯାତ୍ରା ସହିତ ମନ୍ଦିରରେ ହେଉଥିବା ଯାନିଯାତ୍ରାକୁ ରଥଯାତ୍ରା ପରିଚାଳନା କମିଟି, ଚଳାଇ ନେଉଥିବାରୁ ପ୍ରଶାସନକୁ କୌଣସି ଅବହେଳା ଦେଖା ଯାଉ ନ ଥିଲା l ବର୍ତ୍ତମାନ ଯୁବ ଏବଂ ଅଭିଜ୍ଞ ବ୍ୟକ୍ତିଙ୍କୁ ନେଇ ଗଠିତ ଏହି ଟ୍ରଷ୍ଟ ବୋର୍ଡ଼ ଆଗରେ ଅନେକ ଆହ୍ବାନ ରହିଛି। ଏହି ଭିତରେ ଭଟଲି ରାଜ୍ୟ ପର୍ଯ୍ୟଟନ ସ୍ଥଲି ଭାବରେ ମାନ୍ୟତା ପାଇ ସାରିଛି। ସ୍ଥାନାଭାବ ଯୋଗୁଁ ମନ୍ଦିରର ପାରିପାର୍ଶିକ ଉନ୍ନତି ମୁଖ୍ୟ ସମସ୍ୟା। ଏହା ସହିତ ପୂର୍ବରୁ ଦାନ ସୂତ୍ରରେ ଥିବା ମନ୍ଦିର ଜମିଗୁଡ଼ିକ ପ୍ରମାଣ ଅଭାବରୁ ଅନ୍ୟମାନେ ଜବରଦଖଲ କରି ରଖୁଥିବା ଅଭିଯୋଗ ହେଉଛି । ଏହି ପରିପ୍ରେକ୍ଷୀରେ ଦଧୂବାମନ ମହାପ୍ରଭୁଙ୍କ ସ୍ଥାବର- ଅସ୍ଥାବର ସମ୍ପଭିର ବିବରଣୀ ଜାଣିବା ପାଇଁ ମହାପ୍ରଭୁଙ୍କ ଟ୍ରଷ୍ଟ ବୋର୍ଡ଼ଠାରେ ଉପଜିଲାପାଳ ଆଗ୍ରହ ପ୍ରକାଶ କରିଥିଲେ। ନିଜସ୍ବ ସୀମିତ ଆୟରେ ମନ୍ଦିର ପରିଚାଳିତ ହେଉଛି। ସ୍ବୟଂ ଚାଳିତ ଭଳିଆ ଶ୍ରୀ ଦଧୂବାମନଙ୍କ ଦୈନନ୍ଦିନ ନୀତିକାନ୍ତି ଚାଲି ଆସିଛି। ଟ୍ରଷ୍ଟ ସଦସ୍ୟଙ୍କ ଆଗ୍ରହ ପୂର୍ବକ ଏହି ଟ୍ରଷ୍ଟ ବୋର୍ଡ଼ ପୁନର୍ଗଠିତ ହୋଇଛି। ଆଗକୁ ମହାପ୍ରଭୁଙ୍କ ଘୋଷଯାତ୍ରା, ନୂତନ ଟ୍ରଷ୍ଟ ବୋର୍ଡର ଅନେକ ସଦସ୍ୟ ରଥାଯାତ୍ରା ପରିଚାଳନା କମିଟିରେ ଗତ ଦୁଇ ବର୍ଷ ହେବ ବିଭିନ୍ନ ପଦ ପଦବୀରେ ରହି କାର୍ଯ୍ୟ ତୁଲାଇଛନ୍ତି। ତେଣୁ ଚଳିତ ବର୍ଷ ରଥାଯାତ୍ରା ଆହୁରି ଚିତ୍ତାକର୍ଷକ ଭାବେ ଆୟୋଜିତ ହେବ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି । ଶେଷରେ ୨୦୧୨ ପରେ ନୂତନ ଟ୍ରଷ୍ଟ ବୋର୍ଡ଼ ଗଠନ ହୋଇଥିବାରୁ ଅଞ୍ଚଳରେ ଉତ୍ସାହ ଦେଖୁବାକୁ ମିଳିଛି।

April 19, 2026/
No Comments


