ନୂତନ ହିତାଧିକାରୀଙ୍କୁ ଭତ୍ତାଟଙ୍କା ପ୍ରଦାନ କଲେ ସରପଞ୍ଚ ଓ ସମିତି ସଭ୍ୟ
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାହାଡ଼ ପଦର ଗ୍ରାମ ପଞ୍ଚାୟତରେ ସମସ୍ତ ଭତ୍ତା ହିତାଧିକାରୀଙ୍କୁ ନେଇଁ ଏକ ସାଧାରଣ ସଭା ମାଧ୍ୟମରେ ଏକତ୍ରିତ କରି ପଞ୍ଚାୟତର ସମସ୍ତ ନୁଆଁ ଭତ୍ତା ହିତାଧିକାରୀଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଭତ୍ତା କାର୍ଡ଼ ସହ ଭତ୍ତାଟଙ୍କା ପ୍ରଦାନ କରିଥିଲେ ସରପଞ୍ଚ ଲକ୍ଷ୍ମଣ ମାଝୀ ଓ ସମିତି ସଭ୍ୟ ଜଗଦିଶ ବେନିଆଁ l ଉକ୍ତ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ପାହାଡ଼ ପଦର ନାଏବ ସରପଞ୍ଚ ପ୍ରତନିଧି ବୈଦ୍ୟନାଥ , ଯୋଗାଣ ସହାୟକ ଲିଙ୍ଗରାଜ ଦୁର୍ଗା, ଜି ଆର ଏସ ଉଗ୍ରସେନ ବାଗ, ବନମାଳୀ ମାଝୀ, ରାମ ନାଥ ନାଏକ, ମଧୁସୂଦନ ନାଏକ ଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ l ଏଥିରେ ବାର୍ଦ୍ଧକ୍ୟ, ବିଧବା, ବିକଳାଙ୍ଗ ସମେତ ୩୯ଜଣ ହିତାଧିକାରୀ ଙ୍କୁ ଭତାକାର୍ଡ଼ ଓ ଟଙ୍କା ପ୍ରଦାନ କରାଯାଇଥିଲା l ଏନେଇ ବହୁବାର ଆବେଦନ ବା ବାରମ୍ବାର ଅଭିଯୋଗ ପରେ ବି ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ରହିଥିବା ହିତାଧିକାରୀ ମାନେ ଏବେ ଉକ୍ତ ନୂତନ ସରପଞ୍ଚ ଏବଂ ପଞ୍ଚାୟତ ପ୍ରତିନିଧିଙ୍କ ଦ୍ୱାରା ଭତ୍ତାଟଙ୍କା ପାଇପାରିଛୁ ବୋଲି ସରପଞ୍ଚ ଶ୍ରୀ ମାଝୀଙ୍କୁ ଓ ସମିତି ସଭ୍ୟ ଶ୍ରୀ ବେନିଆଁ ଙ୍କ ସମେତ ସମସ୍ତ ପଞ୍ଚାୟତ ପ୍ରତିନିଧିଙ୍କୁ ବେଶ କୃତଜ୍ଞତା ଜଣାଇବା ସହ ଖୁସିବ୍ୟକ୍ତ ପ୍ରକାଶ କରିଛନ୍ତି l ଆଗକୁ ମଧ୍ୟ ଭତ୍ତା ପାଇବାରୁ ବଞ୍ଚିତ ରହିଥିବା ବା ପାହାଡ଼ ପଦର ପଞ୍ଚାୟତର ସମସ୍ତ ଯୋଗ୍ୟ ହିତାଧିକାରୀ ମାନେ ସମସ୍ତେ କେମିତି ଭତ୍ତା ପାଇପାରିବେ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ ବୋଲି ସରପଞ୍ଚ ଲକ୍ଷ୍ମଣ ମାଝୀ ମାଝୀ, ସମିତି ସଭ୍ୟ ଜଗଦିଶ ବେନିଆଁ ପ୍ରକାଶ କରିଛନ୍ତି । କଳାହାଣ୍ଡିରୁ ବି ତ୍ରିପତି ପାତ୍ର ଜାଗ୍ରତ ଭାରତ ନିଉଜ।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)


