କୋରେଇ ବିଧାୟକଙ୍କ ଦ୍ୱାରା ପାଟରଙ୍ଗା ଗ୍ରାମ ପଂଚାୟତରେ ଦୁଇଗୋଟି ଗ୍ରାମ୍ୟ ଉନ୍ନୟନ ରାସ୍ତାର ଶୁଭ ଭିତିପ୍ରସ୍ତର ସ୍ଥାପନ
ନିର୍ବାଚନ ପ୍ରତିଶୃତି ପାଳନ କରି ପାଟରଙ୍ଗା ଗ୍ରାମପଂଚାୟତରେ ୨ ଗୋଟି ରାସ୍ତାର ଶିଳାନ୍ୟାସ କଲେ ଆକାଶ

କୋରେଇ, ୧୯/୦୪ : ଆଜି କୋରେଇ ବ୍ଲକ୍ ଅନ୍ତର୍ଗତ ପାଟରଙ୍ଗା ଗ୍ରାମପଂଚାୟତରେ ଦୁଇଗୋଟି ଗ୍ରାମ୍ୟ ଉନ୍ନୟନ ରାସ୍ତାର ଶୁଭ ଭିତିପ୍ରସ୍ତର ସ୍ଥାପନ କଲେ କୋରେଇର ମାନ୍ୟବର ବିଧାୟକ ତଥା ଯାଜପୁର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଦାସନାୟକ । ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଦାସନାୟକଙ୍କୁ କର୍ମୀମାନେ ଏକ ବିଶାଳ ଶୋଭାଯାତ୍ରାରେ ତଳଗଡ ଛକଠାରୁ ପାଟରଙ୍ଗା ଗ୍ରାମପଂଚାୟତ ଉପଋଗଡ ହନୁମାନ ଛକ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ଉପରଗଡ ହନୁମାନ ଛକ ଠାରେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏନ୍.ଏଚ୍.-୨୧୫ ଠାରୁ ଗୋହିରାଗଡିଆ ରାସ୍ତାର ଉନ୍ନତିକରଣ ଏବଂ ପ୍ରଶସ୍ତିକରଣ ନିମନ୍ତେ ଓଡିଶା ସରକାରଙ୍କର ଗ୍ରାମ୍ୟ ଉନ୍ନୟନ ବିଭାଗ ୬ କୋଟି ୫୫ ଲକ୍ଷ ଟଙ୍କା ଅର୍ଥ ମଂଜୁର କରିଛନ୍ତି । ସେହିପରି ଅନ୍ୟ ରାସ୍ତା ଆର୍.ଡି. ରାସ୍ତା (ଉପରଗଡ ହନୁମାନ) ଛକ ଠାରୁ ଦମକଳ କେନ୍ଦ୍ର ମିଲିଟାରୀ ଛକ ପୂର୍ତ ବିଭାଗ ରାସ୍ତା ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ନିମନ୍ତେ ୩ କୋଟି ୧୨ ଲକ୍ଷ ଟଙ୍କା ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଅର୍ଥ ମଂଜୁର କରିଛନ୍ତି । ଏହି ଦୁଇଗୋଟି ରାସ୍ତା ନିର୍ମାଣ ହେଉଥିବା ଜାଣି ଆଜି ପଂଚାୟତବାସୀ ବହୁତ ଖୁସି ଥିବାର ଅନୁମାନ କରାଯାଇଛି । ମାନ୍ୟବର ବିଧାୟକ ଆକାଶ ଦାସନାୟକଙ୍କ ଏହି ପ୍ରଚେଷ୍ଟାକୁ ପାଟରଙ୍ଗା ଗ୍ରାମପଂଚାୟତ ଏବଂ କୋରେଇ ବ୍ଲକ୍ର ଜନସାଧାରଣ ଭୂୟସୀ ପ୍ରଶଂସା କରିଥିଲେ । କୋରେଇ ବ୍ଲକ୍ରେ ଗମନାଗମନ ବିକାଶରେ ଆଜି ଆଉ ଏକ ନୂତନ ଫର୍ଦ୍ଦ ଯୋଡାହୋଇଛି । ଏହି ପରିପ୍ରେକ୍ଷୀରେ ଶ୍ରୀ ଦାସନାୟକ କହିଥିଲେ – ଆଗାମୀ ଏକ ମାସ ଭିତରେ ଆଉ ୧୪ ଗୋଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଶୁଭ ଭିତିପ୍ରସ୍ତର ସ୍ଥାପନ ହେବ । ୨ ବର୍ଷ ଭିତରେ ୨୧ ଗୋଟି ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ ହେବାକୁ ଯାଉଅଛି । ୨୦୨୪-୨୫ ଆର୍ଥିକ ବର୍ଷରେ ୭ ଗୋଟି ଏବଂ ୨୦୨୫-୨୬ ଆର୍ଥିକ ବର୍ଷରେ ୧୪ ଗୋଟି ଆର୍.ଡି. ରାସ୍ତା ନିର୍ମାଣ ହେବାପାଇଁ ଓଡିଶା ସରକାର ଅର୍ଥ ମଂଜୁର କରିସାରିଛନ୍ତି । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନଳିନୀ ପ୍ରଭା ଜେନା, ପାଟରଙ୍ଗା ଗ୍ରାମପଂଚାୟତ ସରପଂଚ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ, ସମିତି ସଭ୍ୟ ଶ୍ରୀଯୁକ୍ତ କୁଶ ମୁଣ୍ଡା, ବିଧାୟକ ପ୍ରତିନିଧି ଧନେଶ୍ୱର ବାରିକ, ବ୍ରାହ୍ମଣୀଦେବୀ ମଣ୍ଡଳ ସଭାପତି ରାକେଶ ଜେନା, ରାଜ୍ୟ ପରିଷଦ ସଭ୍ୟ ପ୍ରକାଶ କୁମାର ଧଳ, ପାଣିକୋଇଲି ପୂର୍ବତନ ସମିତି ସଭ୍ୟ ଏସ୍.କେ. ଜହର ଅଲ୍ଲୀ, ତୁଳତୀ ପୂର୍ବତନ ସରପଂଚ ଦୀପ୍ତିମୟୀ କୁଅର୍ର, ଅନ୍ଧାରୀ ପୂର୍ବତନ ସମିତି ସଭ୍ୟ କୁଳମଣୀ ଦାସ, କନ୍ତୋର ପୂର୍ବତନ ସମିତି ସଭ୍ୟ ଅଶୋକ ବାରିକ, ମନ୍ମଥ ନାୟକ, ପ୍ରକାଶ ନାୟକ, ବେଣୁଧର ସାହୁ, ବସନ୍ତ କୁମାର କର, ନିତ୍ୟାନନ୍ଦ ସାହୁ, ରବିନାରାୟଣ ଦାସ, ତୁଷାରକାନ୍ତ ସ୍ୱାଇଁ, ଚିନ୍ତାମଣୀ ପାତ୍ର, କାଶିନାଥ ବେହେରା, ଅଭିଳାଷ ବାରିକ, ହୃଷିକେଶ ବେହେରା, ବିଜୟ ବେହେରା, ଅରୁଣ ସେଠୀ, ସୁରେନ୍ଦ୍ର ଦାସ, ରାଜେନ୍ଦ୍ର ବିହାରୀ, ଦିଲ୍ଲୀପ ନାୟକ, ରାକେଶ ନାୟକ, ଶଶୀଭୁଷଣ ପାତ୍ର, ଅଶୋକ ସେଠୀ, ଭଜୁ ପ୍ରଧାନ, ସାଲାଇ ଟୁଡୁ, ମନ୍ମଥ ବଡଜେନା, ଗୋପାଳ ସାହୁ, ପପିନ ମିଶ୍ର, ନୀଳମାଧବ ଚକ୍ର, ମନୋଜ ଦାସ, ଗୟାଧର ପରିଡା, ପ୍ରଶାନ୍ତ ମଲ୍ଲିକ, ଦୁଃଶାସନ ଆଏଚ, ଆଶା ମହାନ୍ତି, ପ୍ରମୁଖ ଉପସ୍ଥିତ ଥିଲେ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)


