ବ୍ରହ୍ମପୁରରେ ପୁଣି ଟ୍ରେନରେ ଅଗ୍ନିକାଣ୍ଡ.
ବ୍ରହ୍ମପୁର..ରେଳ ଦୁର୍ଘଟଣା ଯେପରି ଓଡ଼ିଶାର ପିଛା ଛାଡୁନି. ବାହାନଗା ଟ୍ରେନ ଦୁର୍ଘଟଣା ସମଗ୍ର
ଦେଶକୁ ସ୍ତବଧ କରିଦେଥିଲା.ବାହାନଗା ଟ୍ରେନ ଦୁର୍ଘଟଣା ପର ଠାରୁ ଓଡ଼ିଶାରେ ଛୋଟ ଛୋଟ
ଟ୍ରେନ ଦୁର୍ଘଟଣା ମାନ ଦେଖିବାକୁ ମିଳୁଛି. ବ୍ରହ୍ମପୁର ରେ କିଛି ଦିନ ତଳେ ଷ୍ଟେସନରେ ଏକ ପାସେଞ୍ଜେର ଟ୍ରେନରେ ବାଟାରୀ ସର୍ଟ
ସର୍କିଟ ଯୋଗୁ ଟ୍ରେନରେ ସାମାନ୍ୟ ଅଗ୍ନି କାଣ୍ଡ
ଘଟିଥିଲା.ସେହି ପରି ଆଜି ଡୁବରିଗଡ଼ ଓ କନ୍ୟା କୁମାରୀ ଟ୍ରେନ ବ୍ରହ୍ମପୁର ରେଳ ଷ୍ଟେସନ
ପହଞ୍ଚିବା ପୂର୍ବରୁ ରାମ ନଗର ଓଭର ବ୍ରିଜ଼ ନିକଟରେ ଟ୍ରେନଟି ବ୍ରେକ ମାରିବା ସମୟରେ
ଟ୍ରେନ ତଳ ଭାଗରୁ ପ୍ରଚୁର ଧୂଆଁ ନିର୍ଗତ ହୋଇଥିଲା. ଧୂଆଁ କୁ ଦେଖି ଯାତ୍ରୀ ମାନେ
ଭୟବିତ୍ତ ହୋଇ ଚେନ ପୁଲିଙ୍ଗ କରି ଟ୍ରେନଟି
କୁ ଅଟକାଇ ଥିଲେ ଓ ଯାତ୍ରୀ ମାନେ ପ୍ରାଣ
ଭୟରେ ଟ୍ରେନରୁ ଓଲ୍ହାଇ ଯାଇଥିଲେ. ଖବର
ପାଇ ତୁରନ୍ତ ଷ୍ଟେସନ ଅଧିକାରୀ ଓ ରେଲୱେ
ପୋଲିସ ପହଞ୍ଚି ଟ୍ରେନରେ ବାହାରୁ ଥିବା ଧୂଆଁ
କୁ ଆୟତ୍ତ କରିଥିଲେ. ଟ୍ରେନ ଅଧିକାରୀ ମାନେ ଟ୍ରେନଟିକୁ ଯାଞ୍ଜ କରିବା ପରେ ଟ୍ରେନଟି ଯାତ୍ରା ଆରମ୍ଭ କରିଥିଲା ।





