୫ଟି ସଚିବଙ୍କ ଢେଙ୍କାନାଳ ଗ୍ରସ୍ତକୁ ବିରୋଧ କରି ବିଜେପି ର କଳା ପୋଷାକ ପିନ୍ଧି ଧାରଣା
ଢେଙ୍କାନାଳ : ରାଜ୍ୟ ସରକାରଙ୍କ ଅଧୀନରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଢେଙ୍କାନାଳ ଗସ୍ତକୁ ବିରୋଧ କରି ଢେଙ୍କାନାଳ ଗୋପବନ୍ଧୁ ଟାଉନ ହଲଠାରେ କଳାପୋଷାକ ପିନ୍ଧି ହାତରେ କଳାକପଡା, ପ୍ଲାକାର୍ଡ ଧରି ଆନ୍ଦୋଳନ କରିଛି ବିଜେପି । କାର୍ଯ୍ୟକ୍ରମରେ ରାଜ୍ୟର ବରିଷ୍ଠ ମନ୍ତ୍ରୀ, ବିଧାୟକଙ୍କୁ ପଛରେ ପକାଇ ସଚିବ ରାଜନୈତିକ ଢଙ୍ଗରେ ସଭାସମିତି କରିବା ସହ ସରକାରୀ ନିୟମ ଉଲ୍ଲଙ୍ଘନ ସହ କୋଟି କୋଟି ଟଙ୍କାର ରାଜସ୍ବ ହାନୀ ହେଉଥିବା ବିଜେପି ଅଭିଯୋଗ ଆଣିଛି। ଆନ୍ଦୋଳନ ଜିଲ୍ଲା ବିଜେପି ସଭାପତି ନରେଶ ମହାପାତ୍ରଙ୍କ ଆହ୍ୱାନ କ୍ରମେ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳର କାର୍ଯ୍ୟକର୍ତ୍ତା, କର୍ମୀ, ବିଭିନ୍ନ ମୋର୍ଚ୍ଚାର ନେତୃବର୍ଗ, ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ବରିଷ୍ଠ ବି ନେତା ରାମଚନ୍ଦ୍ର ପାତ୍ର, ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ର, ମନ୍ତ୍ରୀ ଅଞ୍ଜଳି ବେହେରା, ଶତାଧିକ ମହିଳା ନେତ୍ରୀ ଓ କର୍ମୀ ଯୋଗ ଦେଇଥିଲେ I





