ବଡ଼ବିଲ ନାଲଦା ମୁଖ୍ୟ ରାସ୍ତାରେ ସ୍ଥିତ ସହିଦ ଭଗତ ସିଂ ଛକର ନୁଆ ରୁପାନ୍ତିକରଣ ।
ଆଜି କେନ୍ଦୁଝର ଜିଲ୍ଲାର ବଡ଼ବିଲ ସହରର ବଡବିଲ ନାଲଦା ମୂଖ୍ୟ ରାସ୍ତାରେ ଅବସ୍ଥିତ ଭୋଳାଗ୍ୟାରେଜ ସ୍ଥିତ ସହିଦ ଭଗତ ସିଂ ଛକର ପୁନରୁଦ୍ଧାର ସହ ନୂଆ ରୁପାନ୍ତିକରଣ କରାଯାଇଥିବା ଦେଖିବାକୁ ମିଳିଛି। ଏହି ଅବସରରେ ବଡବିଲ ନଗରପାଳ ଶ୍ରୀଯୁକ୍ତ ଲକ୍ଷ୍ମଣ ମହାନ୍ତ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଭଗତ ସିଂ ଛକ ଠାରେ ଫିତା କାଟି ଉଦଘାଟନ କରିବା ସହିତ ସେଠି ଥିବା ସ୍ବର୍ଗତ ଭୋଳା କର୍ମକାର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ବଡ଼ବିଲ ନଗରପାଳ ଶ୍ରୀଯୁକ୍ତ ଲକ୍ଷ୍ମଣ ମହାନ୍ତ ଏହା ପରିପ୍ରେକ୍ଷୀରେ ଉକ୍ତ ସ୍ଥାନରେ ବହୁ ସଂଖ୍ୟାରେ ଶିଖ ସମ୍ପ୍ରଦାର ଲୋକ ଓ ବଡବିଲ ଜନସାଧାରଣ ଉପସ୍ଥିତ ଥିଲେ। ବଡ଼ବିଲ ନଗରପାଳ ସହିଦ ଭଗତ ସିଂ ଅମର ରହେ ନାରା ଦେଇ ସେଠି ଥିବା ସମସ୍ତ ଲୋକଙ୍କୁ ଉତ୍ସାହିତ କରିଥିଲେ।
କେନ୍ଦୁଝର ଜିଲ୍ଲା ବଡ଼ବିଲ ରୁ ସରୋଜ କୁମାର ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ ।






![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)