(ନିପୁର ଠାରେ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ଆଲୋଚନା )
ଜଗତସିଂହପୁର
ତା =16/7/
ଜଗତସିଂହପୁର ଜ଼ିଲ୍ଲା ସଂଲଗ୍ନ ନିପୁର ଠାରେ ଥିବା 62ଏକର ସରକାରୀ ଜମି ଉପରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଜ଼ିଲ୍ଲା ପ୍ରଶାସନ ଇଦିକୋ ଜରିଆରେ ଜମି ଅଧିଗ୍ରହଣ କରିଛି |ସେହି ସରକାରୀ ଜମି ଉପରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ନ କରି ଜ଼ିଲ୍ଲାବାସୀ ଙ୍କ ବୃହତମ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ମେଡିକାଲ କଲେଜ ପ୍ରତିଷ୍ଠା କରିବା ନିମନ୍ତେ ଅଳସୁଧା, ପିତେଇପୁର, ମୁଦୁପୁର, ବଳରାମପୁର କାଦୁଅପଡା ଆଦି ପାଞ୍ଚଟି ପଞ୍ଚାୟତ ର ଜନସାଧାରଣ ବାରମ୍ବାର ଦାବି କରିଆସିଛନ୍ତି | ଏ ସମ୍ପର୍କ ରେ ଫାଇପ ଟି ସଚିବ ଏବଂ ଜ଼ିଲ୍ଲାପାଳ ଙ୍କୁ ମଧ୍ୟ୍ୟ ଲିଖିତ ଅଭିଯୋଗ କରିଛନ୍ତି | କିନ୍ତୁ ଦୁଃଖ ଓ ପରିତାପର ବିଷୟ ଜ଼ିଲ୍ଲା ପ୍ରଶାସନପକ୍ଷରୁ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ କୌଣସି କାର୍ଯ୍ୟ ତତ୍ପରତା ପ୍ରକାଶ ପାଇନାହିଁ | ଏ ସମ୍ପର୍କ ବରିଷ୍ଟ ଆଇନିଜୀବି କମ୍ରେଡ ବାସୁଦେବ ଙ୍କ ନେତୃତ୍ୱରେ ଅଳସୁଧା ପଞ୍ଚାୟତ ସରପଞ୍ଚ ଭ୍ରମରବର ସ୍ୱାଇଁ | ପୂର୍ବତନ ସରପଞ୍ଚ ଦେବେନ୍ଦ୍ର କୁମାର ଦାସ |ସମାଜସେବୀ ଦେବେନ୍ଦ୍ର କୁମାର ସାହୁ | ସମୀର ନାୟକ ପ୍ରମୁଖ
ଏକ ପ୍ରତିନିଧି ମଣ୍ଡଳୀ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାସ ଙ୍କ ସହିତ ଆଲୋଚନା କରି 62ଏକର ସରକାରୀ ଜମି ର ନକ୍ସା, ପଟା, ଆବଶ୍ୟକୀୟ କାଗଜ ପତ୍ର ଦାଖଲ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

June 17, 2026/
No Comments



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-16-scaled.jpg)