ଓଡିଶାର ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା କାଲି ଗୁରୁବାର ୫ଟି ସଚ୍ଚିବ ଭିକେ ପାଣ୍ଡିଆନଙ୍କ ବିଂଝାରପୁର ବ୍ଲକ୍ ଗସ୍ତରେ ଆସୁଛନ୍ତି । ମଇଁନ୍ଦା ଶିଶୁ ମନ୍ଦିର ନିକଟ ଅସ୍ତାଇ ହେଲିପ୍ୟାଡରେ ଅପରାହ୍ନ ୨ଟା ୪୦ ରେ ପହଞ୍ଚିବା ସହ ବରୁଣେଶ୍ଵର ମନ୍ଦିର ପରିସର ୨ଟା ୪୫ ପହଞ୍ଚିବେ ଏହା ସହ ୩ଟା ରୁ ୪ଟା ଲୋକ ମାନଙ୍କ ଅଭିଯୋଗ ଶୁଣିବାର କାର୍ଯ୍ୟକ୍ରମ ରହିଛି । ଏହି କ୍ରମରେ ବରୁଣେଶ୍ଵର କ୍ଷେତ୍ର ଚଳଚଞ୍ଚଳ ହୋଇ ପଡ଼ିଛି । ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କିଭଳି କଡାକଡ଼ି କରାଯାଉ ପାରିବ ତାର ସୁ -ବନ୍ଦବସ୍ତ ଚାଲିଛି । ଏହାସହ ସଭା ସ୍ଥଳର ପ୍ରସ୍ତୁତି କାର୍ଯ୍ୟ ଧୁମ୍ ଧାମ ଚାଲିଥିଲା ବେଳେ ଆସନ୍ତା କାଲି ୪୦ ହଜାରୁ ଉର୍ଦ୍ଧ୍ ଲୋକ ଉକ୍ତସଭା ରେ ଯୋଗ ଦେବାର ସମ୍ଭାବନା ରହି ।
ଯାଜପୁରରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



