ୱାଶିଂଟନ,୩୦ା୮: ସମ୍ଭାବ୍ୟ ଝଡ଼ ‘ଇଡାଲିଆ’ ଫ୍ଲୋରିଡ଼ାଠାରେ ବ୍ୟାପକ କ୍ଷତି ଘଟାଇବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ଘୂର୍ଣ୍ଣିବଳୟ ବିପଦପୂର୍ଣ୍ଣ ବର୍ଗ-୪କୁ ବୃଦ୍ଧି ପାଇଛି। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବେଗରେ ପବନ ବହିବା ସହ ଫ୍ଲୋରିଡାର ପଶ୍ଚିମ କୂଳରେ ବିପର୍ଯ୍ୟୟ ଘଟାଇବାର ଆଶଙ୍କା ରହିଛି। ବୁଧବାର ଏହି ଝଡ଼ ଅତ୍ୟନ୍ତ ବିପଜ୍ଜନକ ଭାବେ ଫ୍ଲୋରିଡାର ଗଲ୍ଫ କୋଷ୍ଟକୁ ଛୁଇଁଛି।
ଏନେଇ ଜାତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହା ୨୯ ତାରିଖ ଅର୍ଥାତ୍ ଗୁରୁବାର ଭୟଙ୍କର ରୂପ ନେବ। ରାଷ୍ଟ୍ରୀୟ ମହାସାଗରୀୟ ଏବଂ ବାୟୁମଣ୍ଡଳ ପ୍ରଶାସନ ଦ୍ୱାରା ପ୍ରଦାନ କରାଯାଇଥିବା ସାଟେଲାଇଟ୍ ଚିତ୍ର ଆମେରିକାର ପୂର୍ବ ଉପକୂଳ, ବରମୁଡାର ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରୁଥିବା ବେଳେ ହରିକେନ ଇଡାଲିଆ, ଫ୍ଲୋରିଡାର ଗଲ୍ଫ କୋଷ୍ଟ ଏବଂ ଝଡ଼ ଫ୍ରାଙ୍କଲିନକୁ ଦର୍ଶାଉଛି। ଫ୍ଲୋରିଡାର ବୈଜ୍ଞାନିକମାନେ କହିଛନ୍ତି, ଏହି ଝଡ଼ ବଡ଼ଧରଣର ହେବ ବୋଲି ଆଶା କରାଯାଉଛି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
