ଆବେଦନକାରୀ ଭୂମିହୀନଙ୍କୁ ଜମି ପ୍ରଦାନ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ l
ଢେଙ୍କାନାଳ :06/10 – ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭା ଗୃହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତା ରେ ଆବେଦନକାରୀ ଭୂମିହୀନ ଙ୍କୁ ଜମି ପ୍ରଦାନ ପାଇଁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଯାଇଛି l 5ଟି ସଚିବ ଢେଙ୍କାନାଳ ଜିଲ୍ଲା ଗ୍ରସ୍ତ ସମୟରେ ଜିଲ୍ଲାରୁ ଜମିଜମା ବାବଦରେ ମୋଟ 69ଟି ଦରଖାସ୍ତ ଗ୍ରହଣ କରିଥିଲେ ଏବଂ ଯୋଗ୍ୟ ଦରଖାସ୍ତ ର ସମାଧାନ ଖୁବ ଶୀଘ୍ର କରାଯିବ ବୋଲି ପ୍ରତିଶୃତି ଦେଇଥିଲେ l
ଏହି ପରିପ୍ରେକ୍ଷୀରେ ଗ୍ରହଣ କରାଯାଇଥିବା ମୋଟ 69 ଟି ଦରଖାସ୍ତ ମଧ୍ୟରୁ ଏଯାବତ 67 ଟିର ସମାଧାନ କରଯାଇଛି l ପ୍ରଥମେ ଆବେଦନକାରୀ ଙ୍କୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ଟେଲିଫୋନେ ମାଧ୍ୟମରେ ଯୋଗାଯୋଗ କରି ସେମାନଙ୍କ ଜମିଜମା ସମସ୍ୟା ବିଷୟରେ ବୁଝିଥିଲେ l ଏହାପରେ ଆବେଦନକାରୀ ରହୁଥିବା ସ୍ଥାନ କୁ ଯାଇ ନିରୀକ୍ଷଣ କରି ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନଙ୍କୁ ଜମି ଯୋଗାଇ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି l ସରକାରୀ ଗାଇଡ଼ ଲାଇନ ଅନୁଯାୟୀ ଯେଉଁମାନେ ଯୋଗ୍ୟ ସେମାନଙ୍କୁ ଜମି ଯୋଗାଇଦିଆଯିବ ବୋଲି ଜିଲ୍ଲାପାଳ ଏହି ସମୀକ୍ଷା ବୈଠକ ରେ କହିଛନ୍ତି l ଯେଉଁ ଲୋକମାନେ ଜଙ୍ଗଲ ଜମି ପାଇଁ ଆବେଦନ କରିଛନ୍ତି ଏ ସଂକ୍ରାନ୍ତ ରେ ବନ ଖଣ୍ଡ ଅଧିକାରୀ ଶ୍ରୀ ସୁମିତ କର ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳ କହିଛନ୍ତି l ଯେଉଁ ଆବେଦନକାରୀ ଙ୍କ ଓଡିଶା ର କୌଣସି ବି ସ୍ଥାନରେ ଜମି ନାହିଁ ସେମାନଙ୍କୁ ରାଜ୍ୟ ସରକାରଙ୍କ ବସୁନ୍ଧରା ଯୋଜନା ଅନୁଯାୟୀ ଜମି ଯୋଗାଇଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି l
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ )ଶ୍ରୀ ଲଳିତ ମୋହନ ବେହେରା, ସଦର ଉପଜିଲ୍ଲାପାଳ ଶ୍ରୀ ନାରାୟଣ ଚନ୍ଦ୍ର ନାୟକ, ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ୱାଇଁ, ସମସ୍ତ ତହସିଲଦାର, ସମ୍ପୃକ୍ତ ବିଭାଗୀୟ ଅଧିକାରୀଗଣ ଓ ଆବେଦନକାରୀ ମାନେ ଉପସ୍ଥିତ ଥିଲେ l



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
