ଶ୍ରୀ ଦଧିବାମନ ଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଭଟଲି (ଅଭିମନ୍ୟୁ ପଧାନ ) : ପଶ୍ଚିମ ଓଡିଶା ଶ୍ରୀକ୍ଷେତ୍ର ରୂପେ ପରିଚିତ ଶ୍ରୀ ଶ୍ରୀ ଦବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେଙ୍କ ଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ଭଟଲିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଜୁଲାଇ ୧୪ରେ ନେତ୍ରୋତ୍ସବ, ୧୫ରେ ନବଯୌବନ ଦର୍ଶନ, ୧୬ରେ ଶ୍ରୀଗୁଣ୍ଡିଚା ରଥଯାତ୍ରା ଏବଂ ୨୪ରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ସେହିପରି ଚଳିତବର୍ଷ ପରି ଦ୍ଵିତୀୟ ଥର ରଥ ଉପରେ ସୁନାବେଶ ଅନୁଷ୍ଠିତ ହେବ, ୨୬ରେ ଅଧରପଣା ସହିତ ସେହିଦିନ ଶ୍ରୀଜୀଉଙ୍କ ନିଳାଦ୍ରୀ ବିଜେ ହେବ ବୋଲି ଉପଜିଲ୍ଲାପାଳ ଶ୍ରୀ ପାଣ୍ଡେ ସୂଚନା ଦେଇଥିଲେ। ତହସିଲଦାର ରାମକୃଷ୍ଣ ମିଶ୍ର ବୈଠକରେ ଯୋଗ ଦେଇଥିବା ସମସ୍ତଙ୍କୁ ସ୍ବାଗତ ଜଣାଇବା ସହ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ରଥ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବାଲାଗି ବଢେଇ ମାନଙ୍କୁ ଅନୁରୋଧ କରାଯାଇଥିଲା। ଭଟଲି ଗ୍ରାମ ପଞ୍ଚାୟତ ଏବଂ ବ୍ଲକ ପ୍ରଶାସନର ମିଳିତ ଉଦ୍ୟମରେ ରାସ୍ତାଘାଟ ପରିଷ୍କାର ପରିଚ୍ଛନ୍ନ ପାଇଁ ନିଷ୍ପଭି ନିଆଯାଇଥିଲା | ବଡ଼ଦାଣ୍ଡ ରାସ୍ତା ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କୁ ଦୃଷ୍ଟି ଗୋଚର କରିବା ସହିତ ମାଉସୀ ମାଁ ମନ୍ଦିର ପରିସରରେ ନିଶା କାରବାରକୁ ରୋକିବା ଦିଗରେ ରେ ଧ୍ୟାନ ଦେବାକୁ ଆଲୋଚନା କରାଯାଇଥିଲା। ପାକିଂ ସ୍ଥାନରେ ବିଦ୍ୟୁତ ବ୍ୟବସ୍ଥାକୁ ବିଶେଷ ଦୃଷ୍ଟି ଦେବାକୁ ରଥଯାତ୍ରା ପରିଚାଳନା କମିଟିକୁ ଦାୟିତ୍ବ ଦିଆଯାଇଥିଲା। ନବଦିନାଇକ ନବଗୁଞ୍ଜର ରଥଯାତ୍ରା ପାଇଁ ସାଂସ୍କୃତିକ ଦଳ ପଠାଇବାକୁ ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀଙ୍କୁ ଜଣାଇବା, ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ପରିଚାଳନା, ଶାନ୍ତି ଶୃଙ୍ଖଳା ରକ୍ଷା ତଥା ଯାନବାହନ ଚଳାଚଳର ସୁବନ୍ଦୋବସ୍ତ ପାଇଁ ପୋଲିସ ବିଭାଗକୁ ଅବଗତ କରାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏସଡିପିଆରଓ ସନତ ପାଢ଼ୀ, ଏସଡିପିଓ ପଦାରବିନ୍ଦ ତ୍ରିପାଠୀ, ଭଟଲି ଥାନାଅଧିକାରୀ ବିଭୂତି ଭୁଷଣ ଦଳେଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଜିତ ହାଁସଦା ପ୍ରମୁଖ ମଞ୍ଚାସୀନ ଥିଲେ। ମନ୍ଦିର ପୂଜକ ଗୌରଚନ୍ଦ୍ର ରଥ, ରଥଯାତ୍ରା ପରିଚାଳନା କମିଟିର ସଦସ୍ୟ, ମନ୍ଦିର ଟ୍ରଷ୍ଟ ବୋର୍ଡ ନୂତନ ମ୍ୟାନେଜିଂ ଟ୍ରଷ୍ଟି ମୋତିଲାଲ ବନଛୋର ତଥା ସଦସ୍ୟ ମାନେ, ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ପଧାନ, ପିଇଓ ଭୁବନେଶ୍ଵର ପଧାନ, ବରିଷ୍ଠ ନାଗରିକ ସଂଘ ସଭାପତି ଜଗଦୀଶ ସାହୁ, ବନପାଲ କଂଗ୍ରେସ ସୁନା ତଥା ଗଣମାଧ୍ୟମ ପ୍ରତିନିଧ୍, ବିଭିନ୍ନ ଦାୟିତ୍ବରେ ଥିବା ସ୍ଵେଚ୍ଛାସେବୀ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ।



