ଚାଲିଚାଲି ପାର୍ କରୁଥିଲେ ରାସ୍ତା, ବାଇକ୍ ଧକ୍କାରେ ଚାଲିଗଲା ଜୀବନ।

କେନ୍ଦୁଝର ଜିଲ୍ଲାରେ ପଥଚାରୀ କୁ ଧକ୍କା ଦେଲା ମୋଟର ସାଇକେଲ ବ୍ୟକ୍ତିଙ୍କ ଚାଲିଗଲା ଜୀବନ। ବାଇକ୍ ଧକ୍କାରେ ଜଣେ ମୃତ। ମୃତକ ଚମ୍ପୁଆ ଏନ୍ଏସି ଅନ୍ତର୍ଗତ ଗୋଧୂଳି ଗ୍ରାମର ଜଗନ୍ନାଥ ନାଏକ ହୋଇଥିବା ନେଇ ସୂଚନା। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ମୈଲାନାଗୋଡା ଛକ ନିକଟରେ ଜଗନ୍ନାଥ ଚାଲି ଚାଲି ରାସ୍ତା ପାର କରୁଥିବା ବେଳେ ଏକ ମୋଟର ସାଇକେଲ ଦୃତଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଜଗନ୍ନାଥ କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚମ୍ପୁଆ ଡାକ୍ତର ଖାନା କୁ ନେଇଯାଇଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟ ପଟେ ଧକ୍କା ଦେଇ ମୋଟରସାଇକେଲ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ନେଇ ସୂଚନା। ଖବର ପାଇ ଚମ୍ପୁଆ ପୋଲିସ ଡ଼ାକ୍ତର ଖାନାରେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଚଳାଇଥିବା ନେଇ ସୂଚନା ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



