ଜଗତସିଂହପୁର ଜ଼ିଲ୍ଲା କୁମ୍ଭକାର ସମାଜର ମହାସମ୍ମିଳନୀ ଅନୁଷ୍ଠିତ )
ଜଗତସିଂହପୁର
ତା =6/10/23
ଜଗତସିଂହପୁର ଜ଼ିଲ୍ଲା କୁମ୍ଭକାର ସମାଜ ର ମହାସମ୍ମିଳନୀ ସ୍ଥାନୀୟ ସାରଦା ମଣ୍ଡପ ଠାରେ ରାଜ୍ୟ ଉପ ସଭାପତି ରାମଚନ୍ଦ୍ର ମୁଦୁଲି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି |ଏହି ସମ୍ମିଳନୀ ରେ ମୁଖ୍ୟଅତିଥିଭାବେ ରାଜ୍ୟ କୁଲାଳ ମହା ସଂଘ ର ମହାସଚିବ କେଦାରନାଥ ରଣା ଆନୁଷ୍ଟିନିକ ଭାବେ ଯୋଗଦେଇ ପ୍ରଦୀପ୍ତ ପ୍ରଜ୍ବଳନ କରି ସମ୍ମିଳନୀ କୁ ଉଦଘାଟନ କରିଥିଲେ |ଅନ୍ୟ ମାନଙ୍କ ମଧ୍ୟ୍ୟ ରେ ରାଜ୍ୟ ଆବାହକ ରତ୍ନାକର ଜେନା | ସମ୍ପାଦକ ସରୋଜ ବେହେରା | ରାଜ୍ୟ ଯୁବ ସଭାପତି ବିଚିତ୍ରାନନ୍ଦ ବେହେରା ଉପଦେଷ୍ଟା ରତ୍ନାକର ବେହେରା ପ୍ରମୁଖ ଯୋଗଦେଇ କୁମ୍ଭକାର ମାନଙ୍କ ର ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା | କୁମ୍ଭ କାର ମାନଙ୍କୁ ଏକତ୍ରିତ କରି ସେମାନଙ୍କ ହକ ପାଇଁ ଜଗତସିଂହପୁର ଜ଼ିଲ୍ଲା ରେ ସମସ୍ତ ବ୍ଲକ ରେ ସଂଗଠନ ଙ୍କୁ ସୁଦୃଢ କରାଯାଇ ସରକାର ଙ୍କ ଉପରେ ଚାପ ପ୍ରୟୋଗ କରାଯିବ ବୋଲି ସର୍ବ ସଂମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା | ଏହି ସାଙ୍ଗଠନିକ ସମ୍ମିଳନୀ ରେ ଜଗତସିଂହପୁର ଜ଼ିଲ୍ଲା ସଭାପତି ଭାବେ ରାମ ଚନ୍ଦ୍ର ମୁଦୁଲି, ସମ୍ପାଦକ ଭାବେ ଫଗୁ ଚରଣ ମୁଦୁଲି, ଜ଼ିଲ୍ଲା ସଂଯୋଜକ ଭାବେ ରଶ୍ମି ରଞ୍ଜନ ମୁଦୁଲି, ବିରିଡି ବ୍ଲକ ସଭାପତି ଧନେଶ୍ୱର ବେହେରା, କୁଜଙ୍ଗ ବ୍ଲକ ସଭାପତି ନିରଞ୍ଜନ ବେହେରା, ସମ୍ପାଦକ ମନୋରଞ୍ଜନ ମୁଦୁଲି, ତ୍ରିତୋଲ ବ୍ଲକ ସଭାପତି ନିରଞ୍ଜନ ବେହେରା, ସମ୍ପାଦକ ମନୋରଞ୍ଜନ ଘଡ଼ାଇ, ବାଲିକୁଦା ବ୍ଲକ ସଂଯୋଜକ ବୈଷ୍ଟବ ଚରଣ ମୁଦୁଲି ଏରସମା ବ୍ଲକ ସଂଯୋଜକ ସଞ୍ଜୟ କୁମାର ବେହେରା ଙ୍କୁ ସର୍ବସଂମତି କ୍ରମେ ମନୋନୟନ କରାଯାଇଥିଲା |ଏ ସମସ୍ତ କାର୍ଯ୍ୟକ୍ରମ ଙ୍କୁ ସତ୍ୟ ରଞ୍ଜନ ମହାନ୍ତି, ମାନସ ରଞ୍ଜନ ମୁଦୁଲି ପ୍ରମୁଖ ପରିଚାଳନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
