ଢେଙ୍କାନାଳ ଡା଼କମଣ୍ଡଳ ତରଫରୁ ତା 09.10.2023 ରିଖ ଠାରୁ ତା 13.10.2023 ରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ଜାତୀୟ ଡାକ ସପ୍ତାହ ପାଳିତ ହୋଇଯାଇଅଛି / ଢେଙ୍କାନାଳ ଡା଼କମଣ୍ଡଳ ତା 09.10.2023 ରିଖ ଦିନ ‘ବିଶ୍ୱ ଡାକ ଦିବସ’ , ତା 10.10.2023 ରିଖ ଦିନ ‘ବିତ୍ତୀୟ ସଶକ୍ତି କରଣ ଦିବସ’ , ତା 11.10.2023 ରିଖ ଦିନ ‘ଫିଲାଟେଲି ଦିବସ’ , ତା 12.10.2023 ରିଖ ଦିନ ‘ ମେଲ ଏବଂ ପାର୍ସଲ ଦିବସ ‘ ଏବଂ ଆଜି ତା 13.10.2023 ରିଖ ଦିନ ଅନ୍ତ୍ୟୋଦୟ ଦିବସ ପାଳନ କରାଯାଇଅଛି / ଢେଙ୍କାନାଳ ଡାକମଣ୍ଡଳ ଏହି ଅନ୍ତ୍ୟୋଦୟ ଦିବସ ରେ ଢେଙ୍କାନାଳ ପ୍ରଧାନ ଡାକଘରେ ଏକ କର୍ମଶାଳା ର ଆୟୋଜନ କରିଥିଲା / ଏହି କର୍ମଶଳା ରେ ଢେଙ୍କାନାଳ ଡାକ ମଣ୍ଡଳର ଡାକ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଦାଶ ଡାକ କର୍ମଚାରୀ ମାନଙ୍କୁ ପ୍ରତ୍ୟେକ ନିଜ ନିଜ ନାମରେ ଗୋଟିଏ ଲେଖାଏଁ GAG ( Group Accidental Guard ) ବୀମା କରିବା ସହିତ ଏହି ସେବାକୁ କିପରି ସମସ୍ତଙ୍କ ପାଖରେ ପହଞ୍ଚାଯାଇ ପାରିବ ସେ ବିଷୟରେ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ / GAG ଏକ ଦୁର୍ଘଟଣା ବୀମା ଯେଉଁଥିରେ କି 10 ଲକ୍ଷ ଟଙ୍କାର ବୀମା କେବଳ 396 ବା 399 ଟଙ୍କା ବାର୍ଷିକ ଦେଇ ଯେ କୌଣସି ନାଗରିକ ନେଇପାରିବେ ଏବଂ ମେଡିକାଲ ଖର୍ଚ୍ଚ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଭରଣ ସୁବିଧା ମଧ୍ୟ ଉପଲବ୍ଧ / ଆଧାର କ୍ଷେତ୍ରରେ ମଧ୍ୟ କିପରି ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁବିଧା ଦିଆଯାଇପାରିବେ ସେ ସମ୍ପର୍କରେ ଡାକ ଅଧିକ୍ଷକ ଆଲୋକପାତ କରିଥିଲେ /
ଏହି କର୍ମଶାଳାରେ ଢେଙ୍କାନାଳ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ର ମ୍ୟାନେଜେର ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡା , ଡାକପାଳ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ସ୍ୱାଇଁ ଙ୍କ ସମେତ ଢେଙ୍କାନାଳ ପ୍ରଧାନ ଡାକଘର ଏବଂ ଡାକ ଅଧିକ୍ଷକ ଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ /




