ଗାଜାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ରେ ୧୦୦ରୁ ଅଧିକ ମୃତ
ଦିନକୁ ଦିନ ଭୟାବହ ହେଉଛି ଇସ୍ରାଏଲ ଓ ହମାସ୍ ଯୁଦ୍ଧ । ପାଖାପାଖି ୨ ସପ୍ତାହ ଧରି ଯୁଦ୍ଧ ଚାଲିଥିବାବେଳେ ଆଜି ପୁଣିଥରେ ପଶ୍ଚିମ ଗାଜା ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ । ଫଳରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏହାସହ ଗାଜାରେ ମୋବାଇଲ ସେବା ଠପ୍ ହୋଇଯାଇଥିବା ଜଣାପଡିଛି ।




