ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ ।
ଅନୁଗୋଳ ତା.୨୯.୧୦ : – ଅନୁଗୋଳ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ମିଳିତ ଆନୁକୁଲ୍ୟରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ -୨୦୨୩ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ସର୍ବପ୍ରଥମେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଂକୁ ନେଇ ଏକ ବିପର୍ଯ୍ୟୟ ସଚେତନତା ଶୋଭାଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା । ପରେ ଜିଲ୍ଲା ଅଗ୍ନିଶମ ବିଭାଗ ଓ ସିଭିଲ ଡିଫେନ୍ସ, ତାଳଚେରଙ୍କ ସହାୟତାରେ ଏକ ମକ୍ଡ୍ରିଲ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବିପର୍ୟ୍ୟୟ ତଥା ବାତ୍ୟା,ଅଗ୍ନିକାଣ୍ଡ,ଦୁର୍ଘଟଣା,ଘଡ ଘଡି ଇତ୍ୟାଦି ସମୟରେ କିପରି ଜୀବନର ରକ୍ଷା କରାଯାଇପାରିବ ତାହା ଛାତ୍ର ଛାତ୍ରୀମାନଂକୁ ଡେମୋ ଦ୍ବାରା ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ତ୍ର) ଶ୍ରୀ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀ ପ୍ରତାପ ପ୍ରୀତିମୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗତ ୧୯୯୯ ମସିହା ସମୟର ବାତ୍ୟା ବିଭିଷିକାକୁ ମନେପକାଇବା ସହ ବିପର୍ୟ୍ୟୟ ସମୟରେ ନିଜକୁ କିପରି ପ୍ରସ୍ତୁତ ରଖୁବା ଓ ଲୋକମାନଂକର ଧନଜୀବନ ସୁରକ୍ଷା ଉପରେ ସେ ଗୁରୁତ୍ବାରୋପ କରିଥିଲେ । ପରେ ପ ପରେ ଏହି ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଂ ମାନଂକୁ ମୁଖ୍ୟ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରୀକାଳିନ ଅଧ୍ବକାରୀ ଶ୍ରୀ ସୁକାନ୍ତ କୁମାର ସାହୁଙ୍କ ସମେତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।





