ବେପାର କଲେ ସ୍ଵଚ୍ଛତା କୁ ଭୁଲିଗଲେ ବେପାରୀ
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ର ଗଡସନ୍ତ୍ରୀ ମା ଲୋଭୀ ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ପଢିଆରେ ପାଞ୍ଚଦିନ ଧରି ଯାତ୍ରା ଉସ୍ତବ ଚାଲୁ ରହିଥିଲା । ପ୍ରଥମଃ ଦିନ ଠାକୁରାଣୀ ତୁଳସୀପାଳ ଗ୍ରାମ ପରିକ୍ରମା କରି ଗଡସନ୍ତ୍ରୀ ର ପୀଢ଼ସାହି ସ୍ଥିତ ମନ୍ଦିର କୁ ଆସି ପୂଜା ପାଆନ୍ତି। ମା ଙ୍କ ମହିମା ଅନୁଯାୟୀ ଜିଲ୍ଲା ଓ ଜିଲ୍ଲା ବାହାରୁ ଲକ୍ଷାଧିକ ଭକ୍ତ ସମାଗମ ହୋଇଥାଏ। ତାହା ଅନୁଯାୟୀ ଉଠା ଦୋକାନୀ ପେଟ ପାଉଣା ପାଇଁ ଆସି ବଜାର ଖୋଲି ବସନ୍ତୀ। କିନ୍ତୁ ଯାତ୍ରା ପରେ ଉଠା ଦୋକାନୀ ପଡିଆରେ ସ୍ଵଚ୍ଛତା ରକ୍ଷା କରିବା ଭୁଲି ଯାଇଥାନ୍ତି। ଏହି ସ୍ଵଚ୍ଛତା ଆଜି ବଅଁରପାଳ ସ୍ଥିତ ଡିଗ୍ରୀ ମହାବିଦ୍ୟାଳୟ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଗଡସନ୍ତ୍ରୀ ସ୍ଥିତ ମା ଲୋଭୀ ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ପଡିଆ କୁ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, କର୍ମଚାରୀ, ଅଧ୍ୟାପକ ଅଧ୍ୟାପିକାଙ୍କ ମିଳିତ ସହଯୋଗରେ ସଫେଇ ଅଭିଯାନ ଦ୍ଵାରା ସଫଳ କରିବା ଦେଖିବାକୁ ମିଳିଛି । ମହା ବିଦ୍ୟାଳୟ ଅଧକ୍ଷ ଶ୍ରୀଯୁକ୍ତ ଗୋକୁଳାନନ୍ଦ ପ୍ରଧାନ କାର୍ଯ୍ୟକ୍ରମ ର ନୋଡାଲ ଅଫିସର ମନୋଜ କୁମାର ବେହେରା, ସାମାଜିକ କାର୍ଯ୍ୟ ସହ ନୋଡାଲ ଅଫିସର ରାଜେଶ ଜେନା ପ୍ରମୁଖ ସୁ ପରିଚାଳନା ଭାର ଗ୍ରହଣ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ପରିବେଶ ସ୍ଵଚ୍ଛତା କାର୍ଯ୍ୟକ୍ରମ କୁ ଉଚ୍ଚ ପ୍ରସଂଶା କରିବା ସହ ଧନ୍ୟବାଦ ଦେଲେ ମନ୍ଦିର ଟ୍ରଷ୍ଟ ର ସଭାପତି ସୁନୀଲ ମାଝୀ ଓ ବିଜେଡି ଯୁବନେତା ଅରୁଣାଭ ସିଂହ।




