ଅନୁଗୋଳ – ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍.ଆଇ.ଆର୍.-୨୦୨୬) ଅନ୍ତର୍ଗତ ଅନୁଗୋଳ ଜିଲ୍ଲାରେ ପରିଗଣନା ଫର୍ମ (Enumeration Form) ବଣ୍ଟନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ସହିତ ଜିଲ୍ଲାର ସମସ୍ତ ପାଞ୍ଚଟି ନିର୍ବାଚନ ମଣ୍ଡଳୀ ମଧ୍ଯରୁ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ପରିଗଣନା ପ୍ରକ୍ରିୟା ସମ୍ପୂର୍ଣ ହୋଇଥିବାବେଳେ ଅବଶିଷ୍ଟ ଚାରିଟି ନିର୍ବାଚନ ମଣ୍ଡଳୀରେ ଏହା ଶେଷ ପର୍ଯ୍ୟାୟରେ ରହିଛି।
ବର୍ତ୍ତମାନ ଜିଲ୍ଲାରେ ମୋଟ ୯,୫୩,୭୫୭ ଜଣ ମତଦାତା ରହିଛନ୍ତି I ସେଥ୍ମଧ୍ୟରୁ ୯,୫୦,୬୯୫ ଜଣ ମତଦାତାଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ବଣ୍ଟନ କରାଯାଇଥିବା ଫର୍ମ ମଧ୍ୟରୁ ୯,୦୩,୬୮୯ଟି (୯୪.୭୫%) ଫର୍ମର ଡିଜିଟାଇଜେସନ୍ ସମ୍ପୂର୍ଣ୍ଣ ହୋଇଥିବାବେଳେ ୪୩, ୨୬୩ ଜଣ (୪.୫୪%) ମତଦାତାଙ୍କୁ ଅନୁପସ୍ଥିତ, ସ୍ଥାନାନ୍ତରିତ ଓ ମୃତ (ASD) ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଅବଶିଷ୍ଟ ୬,୮୦୫ଟି (୦.୭୧%) ଫର୍ମର ଡିଜିଟାଇଜେସନ୍ କାର୍ଯ୍ୟ ବାକି ରହିଛି, ଯାହା ଅତିଶୀଘ୍ର ସମ୍ପୂର୍ଣ୍ଣ ହେବ।
ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ପରିଗଣନା ଫର୍ମର ଡିଜିଟାଇଜେସନ୍ କାର୍ଯ୍ୟ ଶୀଘ୍ର ସମାପ୍ତ କରିବା ସହ BLO-BLA ବୈଠକଗୁଡ଼ିକୁ ୨୫ ଜୁନ ସୁଦ୍ଧା ସମ୍ପନ୍ନ କରିବାକୁ କୁହାଯାଇଛି। ଯେଉଁ ସ୍ଥାନରେ BLA ନିଯୁକ୍ତ ହୋଇନାହାନ୍ତି, ସେଠାରେ ସ୍ଥାନୀୟ ସମ୍ମାନିତ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହେବା
จริ เดือดดด ASDDF (Absent, Shifted, Dead, Duplicate and Fake Voters) ତାଲିକା ଉପରେ ଆଲୋଚନା କରାଯିବ ବୁଥ ସ୍ତରୀୟ ପ୍ରତିନିଧ୍ ଏବଂ ସ୍ଥାନୀୟ ଜନସାଧାରଣଙ୍କ ଦ୍ବାରା ଉପସ୍ଥାପିତ ଆପତ୍ତି କିମ୍ବା ତ୍ରୁଟିଗୁଡ଼ିକୁ ଲିପିବଦ୍ଧ କରାଯାଇ ପୁନଃ ଯାଞ୍ଚ କରାଯିବ ଏହା ଦ୍ବାରା ମତଦାତା ତାଲିକାର ସଠିକତା, ସ୍ବଚ୍ଛତା ଓ ବିଶ୍ବସନୀୟତାକୁ ଆହୁରି ସୁଦୃଢ଼ କରାଯିବା
ଜିଲ୍ଲାବାସୀଙ୍କୁ ମତଦାତା ତାଲିକାର ସଠିକତା ସୁନିଶ୍ଚିତ କରିବା ନିମନ୍ତେ ଏହି ପ୍ରକ୍ରିୟାରେ ସକ୍ରିୟ ସହଯୋଗ କରିବାକୁ ଅନୁରୋଧ କରାଯାଉଛି ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି।



