ଅନୁଗୋଳ – ଅନୁଗୋଳ ଜିଲ୍ଲା ବନ୍ତଳା ବଜାରରେ ଆଜି ଏକ ଅଘଟଣ ଘଟିଛି। ଆଜି ସକାଳେ ବନ୍ତଳା ବଜାର ଅଞ୍ଚଳରେ ରହୁଥିବା କାଳିଆ ସାହୁ ଘରେ ଗ୍ୟାସ୍ ଟାଙ୍କୀ ଫାଟି ଯିବାରୁ ଦୁଇ ବଖରା ଘର ଓ ଲକ୍ଷାଧିକ ଟଙ୍କାର ସମ୍ପତି ସଂପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଛି। ସକାଳ ସମୟରେ ଚା ବନାଇବା ବେଳେ ଆଜି ଟାଙ୍କିରେ ନିଆଁ ଲାଗି ଗ୍ୟାସ୍ ସିଲିଣ୍ଡର୍ ଫାଟି ଯାଇ ଘରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ସେତେବେଳକୁ ଦୁଇ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତି ସଂପୂର୍ଣ୍ଣ ଭାବେ ପୋଡି ଯାଇଥିଲା।

July 3, 2026/
No Comments
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

