ସମ୍ଭାବ୍ୟ ବାତ୍ୟା ଦାନା କୁ ନେଇ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି ବୈଠକ, ସମସ୍ତେ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ
କେନ୍ଦୁଝର _ସମ୍ଭାବ୍ୟ ବାତ୍ୟା ଦାନା କୁ ନେଇ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି । ଆନନ୍ଦପୁର ଉପଖଣ୍ଡ ତିନୋଟି ବ୍ଲକର ୭୯ ଟି ଗାଁ ପ୍ରଭାବିତ୍ତ ହେବା ସମ୍ଭାବନା ରହିଛି । ସ୍ଥିତି କୁ ୫୦ ଟି ଅଗ୍ନୀଶମ ଦଳ ପ୍ରସ୍ତୁତ ଥିବା ବେଳେ ପରିସ୍ଥିତି ଦେଖି ନିୟୋଜିତ ହେବେ ଓଡ୍ରାଫଟ ଟିମ । ପ୍ରଭାବ କୁ ଦେଖି ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । ଆଜି ସନ୍ଧ୍ୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଭାସୀ ମାଧ୍ୟମରେ ଏକ ସମୀକ୍ଷା ବୈଠକ କରିଥିଲେ । ଏଥିରେ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ଲାଇନ ଡ଼ିପାର୍ଟମେଣ୍ଟ ର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ପରେ ଜିଲ୍ଲାପାଳ ଵିଶାଲ ସିଂ ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ସୂଚନା ଦେଇ କେନ୍ଦୁଝର ଜିଲ୍ଲାରେ ସଭାବ୍ୟ ବାତ୍ୟା ଦାନାର ପ୍ରଭାବ ପଡିବ ବୋଲି ଆଶଙ୍କା ନେଇ ସମସ୍ତ ପ୍ରସ୍ତୁତି ଚାଲିଛି । ଆନନ୍ଦପୁର ଉପଖଣ୍ଡ ୩ ବ୍ଲକର ୧୪ ପଞ୍ଚାୟତର ୭୯ ଟି ଗାଁ ରେ ପ୍ରଭାବ ପଡିବାର ସମ୍ଭାବନା ରହିଛି । ଏହାକୁ ନଜରରେ ରଖି ଜିଲ୍ଲାର ଉପରକ୍ତ ପଞ୍ଚାୟତ ର ତଳିଆ ଆଞ୍ଚଳରେ କଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇପାରେ । କେନ୍ଦୁଝର ରେ ୨୪ ତାରିଖରେ ଆରେଞ୍ଜ ୱାର୍ନିଙ୍ଗ ଓ ୨୫ ରେ ରେଡ ୱାର୍ନିଙ୍ଗ ରହିଛି । ତେଣୁ ଏହି ସମୟରେ ସରକାରୀ କର୍ମଚାରିଙ୍କ ଛୁଟି ବାତିଲ ପାଇଁ ବିଡ଼ିଓ ମାନେ ପଦକ୍ଷେପ ନେବାକୁ କୁହାଯାଇଛି । ଅଧିକ ପ୍ରଭାବ ରହିଲେ ସ୍କୁଲ ଛୁଟି କରିବା ବାବଦରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ରଞ୍ଜନ ବେହେରା ଙ୍କ ରିପୋର୍ଟ



