*ଧନ ଲଷ୍ମୀ ଙ୍କର ବିଦାୟ*
ଅନୁଗୋଳ :-ଗତ ଦଶ ଦିନ ଧରି ଚାଲିଥିବା କୁଲାଡ଼ ଗ୍ରାମର ପ୍ରସିଦ୍ଧ ମା ଗଜଲଷ୍ମୀ ଙ୍କର ଆଜି ହେଉଛି ବିସର୍ଜନ ମହୋତ୍ସବ, ଏଥିରେ ସର୍ବମୋଟ ଦଶ ଗୋଟି ଯଥା, ସାହାରା କ୍ଲବ, ଫ୍ରେଣ୍ଡ କ୍ଲବ, ବିଗ ପଣ୍ଡ, ରୟାଲ କ୍ଲବ, ବ୍ରହ୍ମଣି ଦେବି, କୁଲାଡ଼ ଛକ, ପ୍ରିନ୍ସ କ୍ଲବ, ବାବା କ୍ଲବ, ବଣିକ ସଙ୍ଘ, ଓ ହାଇସ୍କୁଲ ମେଢ଼ ଭସାଣି ଉତ୍ସବ ରେ ସାମିଲ ହୋଇଥିଲେ,, ଦିନ ଏଗାର ଘଟିକା ସମୟରୁ ନାଲକୋ ମେନଗେଟ ଠାରୁ ସମସ୍ତ ପୂଜା କମିଟିର ମେଢ଼କୁ ମହା ଆଡମ୍ବର ସହିତ ସାଜ ସଜା କରି ଆରମ୍ଭ କରି ରାତି ଦଶଟା ରେ ସିପିପି ପୋଖରୀ ରେ ମା ଙ୍କର ମୂର୍ତ୍ତିଙ୍କୁ ବିସର୍ଜନ କରିଥିଲେ, ଏଥିରେ ଜିଲ୍ଲା ପୋଲିସ ତରଫରୁ ଶାନ୍ତି ଶୃଙ୍ଖଳା ଯୋଗାଇ ଦେଇଥିବା ବେଳେ ଗାଁ କମିଟି ର ସଭାପତି, ସରପଞ୍ଚ, ସମିତି ସଭ୍ୟା ମଧ୍ୟ୍ୟ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ଥିଲେ, ଏବଂ ସାହାରା କ୍ଲବ ତରଫରୁ ପ୍ରତେକ ବର୍ଷ ପରି ଏ ବର୍ଷ ମଧ୍ୟ୍ୟ ନିଆରା ପରମ୍ପରାକୁ ବଜାୟ ରଖିଥିଲା,ସୁଦୂର କଲିକତାରୁ ଏକ ସହ ରୁ ଉର୍ଦ୍ଧ ମହିଳା ଆସି ଭିର୍ଣ୍ଣ ଭିର୍ଣ୍ଣ ଢଙ୍ଗରେ ବଙ୍ଗୀୟ ନୃତ୍ୟ ପରିବେଷଣ ଦର୍ଶକ ଙ୍କୁ ବେଶ ଆକୃଷ୍ଟ କରିଥିଲା,ଏବଂ ଉର୍ନତ ମାନର ଡିଜେ ସହିତ ମନ ଲୋଭା ଲାଇଟ ସହିତ ବିଭିର୍ଣ୍ଣ ଆକର୍ଷଣୀୟ ମାନର ବ୍ୟାଣ୍ଡ ବାଜା, ଅତାଶ ବାଜି କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା, ଏଥିରେ ସାହାରା ପରିବାର ର ସଭାପତି ଦୀପକ ଜେନା, ସମ୍ପାଦକ ପିଙ୍କୁ ସାମନ୍ତ ସିଂ, କୋଷାଧକ୍ଷ ବିକାଶ ଜେନା, ପ୍ରକାଶ ବେହେରା,ଅଭିଷେକ ଦେଓ, ବିଶ୍ୱଜିତ ବେହେରା, ରାଜୀବ ବିଶୋଇ, ଦିପେଶ ବେହେରା, ଜୁଲୁ ସ୍ୱାଇଁ, ବାପୁନ ପ୍ରଧାନ,ଗୌରାଙ୍ଗ ରାଉତ, ଯୋଗୀ ନାଥ ସାହୁ, ମିଳନ ସ୍ୱାଇଁ ସହିତ ସବୁ ସଦସ୍ୟ ସାହାଯ୍ୟ ସହଯୋଗ କରି ଭସାଣିକୁ ସମ୍ପୂର୍ଣ କରିଥିଲେ…..



