ଉଚ୍ଚ ପ୍ରାଥମିକ ଶିକ୍ଷକ ଦକ୍ଷତା(ଷ୍ଟାର୍) ତାଲିମ୍, ଶିବିର ଉଦଯାପିତ
ଅଦ୍ୟ ତା ୨୫/୧୦/୨୦୨୪ ଶୁକ୍ରବାର ଦିନ ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଉତ୍ତମ ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟ ଉତ୍ତମ ରେ ବ୍ଲକ ସ୍ତରୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଦକ୍ଷତା(ଷ୍ଟାର୍) ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଏହି ତାଲିମ ଶିବିରରେ ମୁଖ୍ୟ ଅତିଥି ଭାବେ ଅମ୍ବାଭୋନା ବ୍ଳକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲାଲ୍ ମୋହନ ସିଂ , ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ରାହୁଲ ସେଠ୍, ସୁମନ୍ତ ବାଗ୍, ସୁଶାନ୍ତ ପଧାନ ଯୋଗଦାନ କରିଥିଲେ । ଏ ବି ଇ ଓ ଶ୍ରୀଯୁକ୍ତ ଲାଲ୍ ମୋହନ ସିଂ ସମସ୍ତ ତାଲିମ୍ ଗ୍ରହୀତା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ଯାହାସବୁ ଉପଲବ୍ଧି ହାସଲ କରିଛନ୍ତି ନିଜ ବିଦ୍ୟାଳୟରେ ଉପଯୋଗ କରି ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଉନ୍ନତି କରେଇ ନିଜକୁ ଆଦର୍ଶ ଶିକ୍ଷକ ରୂପେ ଗଢିତୋଳିବା କୁ କହିଥିଲେ। ତାଲିମ କାର୍ଯ୍ୟକ୍ରମ ବିଷୟରେ ଶିକ୍ଷକ ତ୍ରିନାଥ ଭୋଇ, ଲକ୍ଷ୍ମଣ ବିଶ୍ଵାଳ,ବାସୁଦେବ ପାତ୍ର,କିଶୋର ଭୋଇ,ଜଳି ପଧାନ, ରାକ୍ଷୀ ଭୁଏ, ପ୍ରଶିକ୍ଷକ ସ୍ଵାଧୀନ କୁମାର ସାହୁ ସକରାତ୍ମକ ପ୍ରତିପୁଷ୍ଟି ପ୍ରଦାନ କରିଥିଲେ । ପ୍ରଶିକ୍ଷକ ଭାବରେ ସ୍ୱାଧୀନ କୁମାର ସାହୁ,ସେବକ ପ୍ରଧାନ ତାଲିମ ପ୍ରଦାନ କରିଥିଲେ । ଏହି ଅବସରରେ ନବାଗତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ପ୍ରଶିକ୍ଷକ ସ୍ଵାଧୀନ କୁମାର ସାହୁ ତିନିଦିନ ଧରି ସୁନ୍ଦର ଭାବେ ଅଂଶଗ୍ରହଣକାରୀ ଙ୍କ ପାଇଁ ଖାଦ୍ୟପେୟ ପ୍ରସ୍ତୁତି ଓ ଅନ୍ୟାନ୍ୟ ସହଯୋଗ ପ୍ରଦାନ କରି ତାଲିମକୁ ସଫଳ କରିଥିବାରୁ ସି ଆର୍ ସି ସି ରାହୁଲ ସେଠ୍, ସୁମନ୍ତ ବାଗ୍, ସୁଶାନ୍ତ ପଧାନ, ଉତ୍ତମ ହାଇସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଜ୍ଞାପନ ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।



