ଭୂବନେଶ୍ୱର, ୦୨/୧୧ : ଜାତୀୟ ରାଜପଥରେ ଓଲଟିଲା ମଦ ବୋଝେଇ ମିନି ଟ୍ରକ । ଅଳ୍ପକେ ବର୍ତିଲେ ଡ୍ରାଇଭର । ଆମ୍ବୁଲାନ୍ସ ସହ ମଦ ବୋଝେଇ ଟ୍ରକ ଧକା ହେବା ଫଳରେ ଓଲଟି ପଡିଛି ମିନି ଟ୍ରକ । ଖୋର୍ଦ୍ଧାର ଏକ ମଦ ଡିପୋରୁ ମଦ ବୋଝେଇ ମିନି ଟ୍ରକଟି ଚଣ୍ଡିଖୋଲ ଅଭିମୁଖେ ଆସୁଥିବା ବେଳେ କଡେଇ ଛକ ନିକଟରେ ପଛପଟୁ ଆସୁଥିବା ଏକ ଆମ୍ବୁଲାନ୍ସ ଧକ୍କା ଦେଇଥିଲା ।
ଯାହା ଫଳରେ ମଦ ବୋଝେଇ ଗାଡିଟି ଜାତୀୟ ରାଜପଥରେ ଓଲଟି ପଡିଥିଲା । ତେବେ ମଦ ଗୁଡିକ ରାସ୍ତାରେ ପଡି ରହିଥିବା ବେଳେ ଘଟଣା ସ୍ଥଳରେ ବଡ଼ଚଣା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ପୋଲିସର ଉପସ୍ଥିତି ରେ ମଦ ଗୁଡିକୁ ରାସ୍ତାରୁ ଉଠାଇ ଅନ୍ୟ ଏକ ଗାଡିକୁ ସ୍ଥାନାନ୍ତର କରାଯାଉଛି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)