ଏଣିକି ଖାଉଟି ବଣ୍ଟନ ବ୍ୟବସ୍ଥାକୁ ଜଗିବ ସିସିଟିଭି
ଏଣିକି ଖାଉବନେଶ୍ବର: ଏବେ ସାଧାରଣ ଖାଉଟି ବଣ୍ଟନ ବ୍ୟବସ୍ଥାକୁ ଜଗିବ ସିସିଟିଭି । ଉଭୟ ଖଳ ପ୍ରକୃତିର ଡିଲର ଓ ହିତାଧିକାରୀଙ୍କୁ କରିବ ସାବାଡ୍ । ତେବେ ଖାଉଟି ବଣ୍ଟନ ବ୍ୟବସ୍ଥାରେ ବ୍ୟାପକ ଅଭିଯୋଗ ଆସିବା ପରେ ଏବେ ବିଭାଗ ପକ୍ଷରୁ ଦୃଢ ପଦକ୍ଷେପ ଗ୍ରହଣ କରାଯାଉଛି । ପୂର୍ବରୁ ଅତ୍ୟାଧୁନିକ ଓଜନ ମେସିନ୍ ସହ ପିଓଏସ୍ ମେସିନ୍ ସହ ସଂଯୋଗ କରାଯାଇଛି ।ବଣ୍ଟନ ବ୍ୟବସ୍ଥାକୁ ଜଗିବ ସିସିଟିଭି।
ଯାହାକୁ ନେଇ ବିଭିନ୍ନ ସ୍ଥଳରେ ଡିଲର ଏବଂ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଥିବା ବେଳେ ଏବେ ପ୍ରତ୍ୟୋକ ଡିଲର ପଏଣ୍ଟରେ ସିସିଟିଭି ଲଗାଯିବା ନେଇ ଯୋଜନା ଆରମ୍ଭ କରୁଛି ରାଜ୍ୟ ଖାଦ୍ୟ ଏବଂ ଖାଉଟି କଲ୍ୟାଣ ବିଭାଗ । ଏହି ସିସିଟିଭି କ୍ୟାମେରା ଏବହ ପ୍ରତି ଡିଲର ପଏଣ୍ଟ ଉପରେ ନଜର ରଖିବ ।
ତେବେ କହିରଖୁଛୁ, ଦୀର୍ଘ ବର୍ଷ ଧରି ପିଓଏସ୍ ମେସିନ୍ ଜନିତ ସମସ୍ୟା ଲାଗିରହିଛି । ଏହି ମେସିନ୍ ଇଣ୍ଟରନେଟ୍ ସେବା ଦ୍ବାରା ଚାଲୁଥିବା ବେଳେ ଅନେକ ସମୟରେ ଏବଂ ଅନେକ ସ୍ଥାନରେ ଇଣ୍ଟରନେଟ ସେବା ନଥିବାରୁ ହଇରାଣ ହେଉଛନ୍ତି ସାଧାରଣ ଲୋକେ । ଏତିସହିତ ଉକ୍ତ ମେସିନଟି ୫ଜି ଜମାନାରେ ୨ଜି ସ୍ପିଡରେ ଚାଲୁଛି । ତାପ ଉପରେ ପୁଣି ଏବେ ଏଡି ପିଓଏସ୍ ମେସିନକୁ ଅତ୍ୟାଧୁନିକ ଓଜନ ମେସିନ ସହ ସଂଯୋଗ କରାଯାଇଛି । ଫଳରେ ଏବେ ୩ ମାସର ଚାଉଳ ଓଜନ କରିବାରୁ ଘଣ୍ଟା ଘଣ୍ଟା ସମୟ ଲାଗୁଛି । ଆଉ ମଝିରେ ଯଦି ଇଣ୍ଟରନେଟ୍ ଚାଲିଗଲା, ତେବେ ଚାଉଲ ପାଇଁ ଦିନକର କାମ ବରବାଦ୍ ହେଉଛି । ଯାହାକୁ ନେଇ ଅନେକ ସ୍ଥଳରେ ଅସନ୍ତୋଷ ଭରିରହିଛି ।



