ଗାନ୍ଧୀନଗର: ଗୁଜରାଟର ଭଦୋଦରାରେ ଭୟଙ୍କର ଅଗ୍ନିକାଣ୍ଡ। ଏଠାରେ ଇଣ୍ଡିଆନ ଅଏଲ୍ କର୍ପୋରେସନ୍ ତଥା ଆଇଓସିଏଲ୍ ରିଫାଇନରୀ ଷ୍ଟୋରେଜ ଟ୍ୟାଙ୍କରେ ଭୟଙ୍କର ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଏ ସମ୍ପର୍କରେ ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ଏହି ଘଟଣାରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି।
ସେମାନଙ୍କର ପରିଚୟ ଧିମନ୍ତ ମକୱାନା ଏବଂ ଅନ୍ୟଜଣେ ଶୈଳେଶ ମକୱାନା ଭାବେ ଜଣାପଡିଛି। IOCLର କହିବା ମୁତାବକ, ରାତି ପ୍ରାୟ ସାଢ଼େ ୩ଟାରେ ବେନଜେନ ଷ୍ଟୋରେଜ୍ ଟ୍ୟାଙ୍କରେ ନିଆଁ ଲାଗିଥିବା ଖବର ପାଇବା ପରେ ଅଗ୍ନିଶମ ବିଭାଗ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ତେବେ ନିଆଁ ଆୟତ୍ତ କରାଯାଇଛି। ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ଜବାହରନଗର ପୋଲିସ ଷ୍ଟେସନର ଇନ୍ସପେକ୍ଟର ଏବି ମୋରି କହିଛନ୍ତି ଯେ, ଏହି ଆଗ୍ନିକାଣ୍ଡରେ ରିଫଇନାରୀରେ ଠିକା ଶ୍ରମିକ ଭାବେ କାମ କରୁଥିବା ୩ ଜଣ ଶ୍ରମିକ ଗୁରୁତର ହୋଇଥିଲେ।ଜଣେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଅନ୍ୟ ଦୁଇ ଶ୍ରମିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଉ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ଚିକିତ୍ସିତ ହେଉଛନ୍ତି। ଭଦୋଦରା ପୋଲିସ କମିଶନର ନରସିଂହ କୁମାର କହିଛନ୍ତି ଯେ ଆଇଓସିଏଲ୍ କ୍ୟାମ୍ପସରେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଭଦୋଦରର କୋୟାଲି ଅଞ୍ଚଳରେ ଅବସ୍ଥିତ ବିଶୋଧନାଗାରରେ ବିସ୍ଫୋରଣ ହେତୁ ଏହି ଅଗ୍ନିକାଣ୍ଡ ଘଟିଛି। ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ବିସ୍ଫୋରଣ ପରେ ଅନ୍ୟ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହାର କରାଯାଇଛି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


