ଢେଙ୍କାନାଳ: ସଦର ବ୍ଲକ ନରଣ ପୁର ଗ୍ରାମରେ ମା କାମନା କାଳୀଙ୍କ ଜନ୍ମ ଉତ୍ସବ ପାଳନ ନିମନ୍ତେ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ବଡ଼ ଜୋରା ଠାରୁ ୧୩୦ ରୁ ଉର୍ଦ୍ଧ୍ବ ମହିଳା ବାଦ୍ୟ ଦ୍ୱାରା ଗ୍ରାମ ପରିକ୍ରମା କରି ଅଧିବାସ ପୂଜା ଆରମ୍ଭ ହେବ। ୧୧ ତାରିଖ ଦିନ ଅଙ୍କୁରା ରୋପଣ ହୋଇଥିଲା।ପ୍ରେତେକ ଦିନ ମାଙ୍କ ମଙ୍ଗଳ ଆଳତୀ, ସ୍ନାନ, ବସ୍ତ୍ର, ଫୁଲ ହାର ଲାଗି, ସୁର୍ଯ୍ୟ ପୂଜା,ଗୋ ପୂଜା, ମଣ୍ତଳ ପୂଜା, ଚଣ୍ଡୀ ପୂଜା, ଚଣ୍ଡୀ ଆହୂତି ଏବଂ ୧୫ ତାରିଖ ଦିନ ପୂର୍ଣାହିତ ଓ ପ୍ରସାଦ ସେବନ କରାଯିବ। ମନ୍ଦିର ର ପୂଜକ ଚିତ ରଞ୍ଜନ ଦାସ, ଯଜ୍ଞ ମୁଖ୍ୟ ଆଚାର୍ଯ୍ୟ ସ୍ମୃତି ରଂଜନ ଦାଶ,କର୍ତ୍ତା ହିମାଂଶୁ ଭୂଷଣ ପ୍ରଧାନ, କର୍ତ୍ତୀ ସୁଫଳା ସ୍ବାଇଁ, ମାଙ୍କ ପାଟଭକ୍ତ ଲଳିତ ପ୍ରଧାନ, ଶିବ ନାୟକ, ସଭାପତି ଜୟ କୃଷ୍ଣ ପ୍ରଧାନ, ସମ୍ପାଦକ ପ୍ରଶାନ୍ତ କୁମାର ସ୍ୱାଇଁ, କୋଷାଧକ୍ଷ ରୀଙ୍କୁ ପ୍ରଧାନ ଓ ସମସ୍ତ କର୍ମକର୍ତାଙ୍କ ଉପସ୍ଥିତରେ ଏହି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


