
ତା:୦୮.୦୩.୨୦୨୫ ରେ ଆମ ପୋଲିସ୍ ଲାଇନ ସରକାରୀ ଉ:ପ୍ରା ବିଦ୍ୟାଳୟ ରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସର ରେ ବାର୍ଷିକ ଉତ୍ସବ ଏବଂ ଆମ ସଂସ୍କୃତି ଆମ ଖେଳନା ପାଳନ କରାଯାଇଅଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ତଥା ଏହି ବିଦ୍ୟାଳୟ ର ପୁରାତନ ଛାତ୍ରୀ ଚପଳା ଦାସ ଏବଂ ପୋଲିସ୍ ଲାଇନ ସରକାରୀ ଉ:ପ୍ରା ବିଦ୍ୟାଳୟ ର crcc ଯଶକେତନ୍ ପ୍ରଧାନ ଙ୍କ ସହ ବିଦ୍ୟାଳୟ ର ସଭାପତି ମଞ୍ଜୁଲତା ବେହେରା ଓ SMC ର ସଭ୍ୟ ସଭ୍ୟା ଏବଂ MTA ର ସଭ୍ୟା ମାନେ ଯୋଗ ଦେଇଥିଲେ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ରେଖା ସାହୁ ଏବଂ ବିଦ୍ୟାଳୟ ର ଅନ୍ୟ ଶିକ୍ଷୟିତ୍ରୀ ଯଥା ଶକୁନ୍ତଳା ମିଶ୍ର,ମନୋଜ ବାଳା ମିଶ୍ର ଓ ସ୍ନେହପ୍ରଭା ସାହୁ ଙ୍କ ସହ ଡି ଆଇ ଇ ଟି ର ଗୁରୁଛାତ୍ର ଛାତ୍ରୀ ଙ୍କ ସହଯୋଗ ରେ ଏହି ଉତ୍ସବ ଟି ପାଳନ କରାଯାଇଥିଲା। ପ୍ରଥମେ ଦ୍ଵୀପ ପ୍ରଜ୍ବଳନ ପରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସ୍ବାଗତ ନୃତ୍ୟ ପରିବେଷଣ କର ଯାଇଥିଲା,ପରେ ମୁଖ୍ୟ ଅତିଥି ଚପଳା ଦାସ ଛାତ୍ର ଛାତ୍ରୀ ମାନ ଙ୍କୁ ବିଦ୍ୟା ର ଆବଶ୍ୟକତା କୁ ବୁଝାଇଥିଲେ।ସମ୍ମାନିତ ଅତିଥି ଯଶକେତନ ସାର୍ ମଧ୍ୟ ପିଲା ମାନ ଙ୍କ କଳା କୃତି କୁ ପ୍ରଶଂସା କରିଥିଲେ। MTA ସଭ୍ୟା ଡଲି ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ କୁନି କୁନି ପିଲା ମାନ ଙ୍କ ଦ୍ଵାରା ହୋଇଥିବା ହସ୍ତ ଖେଳନା ପ୍ରଦର୍ଶନ କରା ଯାଇଥିଲା। ସର୍ବ ଶେଷ ରେ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କର ଯାଇଥିଲା ।



