ଗଞ୍ଜାମରେ ମ୍ୟୁଲ୍ ଆକାଉଣ୍ଟ ରାକେଟ୍ ପର୍ଦ୍ଦାଫାସ: ୫ ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ
ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଥିବା ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଠକେଇ ମାମଲାରେ ଖଲ୍ଲିକୋଟ JMFC ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଭାରତୀୟ ନ୍ୟାୟ ସଂହିତା (BNS), ୨୦୨୩ର ଧାରା ୩୧୮(୨)/୩(୫) ଅନୁଯାୟୀ ୫ ଜଣ ଅଭିଯୁକ୍ତଙ୍କୁ ୩ ବର୍ଷ ଲେଖାଏଁ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
ଘଟଣା କ’ଣ ଥିଲା?
ବେଗୁନିଆପଡ଼ା ଥାନା ଅଞ୍ଚଳରେ ଅଭିଯୁକ୍ତମାନେ ସାଧାରଣ ଯୁବକମାନଙ୍କୁ ମାଗଣା ଭ୍ରମଣ ଏବଂ ଆର୍ଥିକ ଲାଭର ପ୍ରଲୋଭନ ଦେଖାଇ ବ୍ୟାଙ୍କ ଆକାଉଣ୍ଟ ଖୋଲୁଥିଲେ। ପରେ ସେମାନଙ୍କ ଏଟିଏମ୍, ପାସବୁକ୍ ଓ ଅନ୍ୟାନ୍ୟ କାଗଜପତ୍ର ହାତେଇ ସେଗୁଡ଼ିକୁ ସାଇବର ଠକେଇ ଟଙ୍କା କାରବାର ପାଇଁ ‘ମ୍ୟୁଲ୍ ଆକାଉଣ୍ଟ’ ଭାବେ ବ୍ୟବହାର କରୁଥିଲେ। ପୁରୁଷୋତ୍ତମପୁର SDPO ଏସ୍.କେ. ନାୟକଙ୍କ ତତ୍ତ୍ୱାବଧାନରେ ପୋଲିସ ମୋବାଇଲ୍, ଲାପଟପ୍, ଏଟିଏମ୍ ଓ ଚେକ୍ବୁକ୍ ଜବତ କରି ତଦନ୍ତ ଚଳାଇଥିଲା। ୯ ଜଣ ସାକ୍ଷୀଙ୍କ ବୟାନ ଆଧାରରେ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି।

September 20, 2026/
No Comments


