ରାଜଧାନୀରେ ଜମିଲା ସାଧୁସନ୍ତଙ୍କ ମେଳା: ପ୍ରଭୁ ନୀଳମାଧବଙ୍କ ଦୁର୍ଲ୍ଲଭ ୧୨ ମୋତି ବେଶ ଦର୍ଶନ କଲେ ଶ୍ରଦ୍ଧାଳୁଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ଏକ ଭାବପୂର୍ଣ୍ଣ ତଥା ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ମହା ‘ସାଧୁ ସମ୍ମିଳନୀ’। ଏହି ସମ୍ମିଳନୀରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ବିଶିଷ୍ଟ ସାଧୁସନ୍ତ, ଗବେଷକ ଓ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ପ୍ରଭୁ ନୀଳମାଧବଙ୍କ ତତ୍ତ୍ୱ ଉପରେ ଗଭୀର ଆଲୋଚନା କରିଛନ୍ତି।
‘ଶ୍ରୀ ନୀଳମାଧବ ହିଁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସ୍ୱରୂପ’ସମ୍ମିଳନୀରେ ଯୋଗଦେଇଥିବା ବିଦ୍ୱାନ ଓ ସନ୍ଥମାନେ ମତବ୍ୟକ୍ତ କରିଛନ୍ତି ଯେ ଶ୍ରୀଜଗନ୍ନାଥ ସଂସ୍କୃତିର ମୂଳ ଉତ୍ସ ହେଉଛନ୍ତି ପ୍ରଭୁ ଶ୍ରୀ ନୀଳମାଧବ। ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ପୂର୍ବରୁ ସେ ଗୁପ୍ତ କ୍ଷେତ୍ରରେ ଶ୍ରୀ ନୀଳମାଧବ ଭାବେ ଶବରରାଜ ବିଶ୍ୱାବସୁଙ୍କ ଦ୍ୱାରା ପୂଜା ପାଉଥିଲେ। ନୀଳମାଧବ ଓ ଶ୍ରୀଜଗନ୍ନାଥ ଏକ ଏବଂ ଅଭିନ୍ନ—ଏହି ତତ୍ତ୍ୱ ଉପରେ ଆଲୋଚକମାନେ ଆଲୋକପାତ କରିଥିଲେ।
ଆକର୍ଷଣ ସାଜିଥିଲା ଦୁର୍ଲ୍ଲଭ ‘୧୨ ମୋତି ବେଶ’ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ପ୍ରଭୁ ଶ୍ରୀ ନୀଳମାଧବଙ୍କର ଦୁର୍ଲ୍ଲଭ ‘୧୨ ମୋତି ବେଶ’ ପ୍ରଦର୍ଶନୀ (Special Display of 12 Moti Beshas)। ପ୍ରଭୁଙ୍କର ବିଭିନ୍ନ ମନୋରମ ତଥା ଦିବ୍ୟ ବେଶ ଦର୍ଶନ କରିବା ପାଇଁ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଆଧ୍ୟାତ୍ମିକ ଭଜନ, ସଂକୀର୍ତ୍ତନ ଓ ପ୍ରବଚନରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା।



